ବିଜେପି ଏବଂ ଶିବସେନା ମିଳିତଭାବେ ଲଢିଲେ ୨୦୫ ଆସନ ପାଇବେ, ଅଲଗା ଅଲଗା ଲଢ଼ିଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ଶିବସେନା

ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପାଇଁ ଏବିପି ନ୍ୟୁଜ୍/ସି-ଭୋଟରର ସର୍ଭେର ଆକଳନ

ମୁମ୍ବାଇ: ଗତକାଲି ନିର୍ବାଚନୀ ବିଗୁଲ ବାଜିବାପରେ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ପାଇଁ ଏବିପି ନ୍ୟୁଜ୍/ସି-ଭୋଟରର ସର୍ଭେ ପରିଣାମ ବି ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ଯଦି ବିଜେପି ଏବଂ ଶିବସେନା ମିଳିତଭାବେ ଲଢନ୍ତି, ତେବେ୨୮୮ର ରୁ ୨୦୦ ଆସନ ଜିତି ପାରନ୍ତି। ଅପରପକ୍ଷରେ ଅନ୍ୟ ପକ୍ଷରେ କଂଗ୍ରେସ – ଏନସିପି ମେଣ୍ଟ ମାତ୍ର ୫୫ଟି ସିଟରେ ବିଜୟୀ ହୋଇ ପାରନ୍ତି। ଏହା ବ୍ୟତୀତ ଅନ୍ୟ ଦଳମାନେ ୨୮ଟି ଆସନରେ ବିଜୟୀ ହୋଇପାରନ୍ତି। ଭୋଟ୍ ପ୍ରତିଶତ ଉପରେ ନଜର ପକାଇଲେ ବିଜେପି-ଶିବସେନା ମେଣ୍ଟକୁ ୪୬ ପ୍ରତିଶତ, କଂଗ୍ରେସ- ଏନସିପିକୁ ୩୦ ପ୍ରତିଶତ ଓ ଅନ୍ୟକୁ ୨୪ ପ୍ରତିଶତ ଭୋଟ୍ ମିଳିପାରେ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ରୂପେ ମହାରାଷ୍ଟ୍ରର ଭୋଟର ଦେଖିବାକୁ ଚାହାଁନ୍ତି ବୋଲି ଏଥିରେ କୁହାଯାଇଛି। ।

शिवसेना-बीजेपी को दो तिहाई बहुमत के आसार
photo-navbharattimes

ଯଦି ଗତ ଥର ଭଳି ଏଥର ବି ବିଜେପି ଏବଂ ଶିବସେନା ଅଲଗା ଅଲଗା ବିଧାନସଭା ନିର୍ବାଚନ ଲଢ଼ନ୍ତି ,ତେବେ ଶିବସେନା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ଏଥିରେ ଆକଳନ କରାଯାଇଛି। ଏଭଳି ସ୍ଥିତିରେ ବିଜେପି ୧୪୪, ଶିବସେନା ୩୯, କଂଗ୍ରେସକୁ ୨୧, ଏନସିପି ୨୦ ଓ ଅନ୍ୟ ଦଳ ୬୪ଟି ଆସନରେ ବିଜୟୀ ହେବାର ସମ୍ଭାବନା ରହିଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଜେପିକୁ ୩୧ ପ୍ରତିଶତ, ଶିବସେନାକୁ ୧୫ ପ୍ରତିଶତ, କଂଗ୍ରେସକୁ ୧୬ ପ୍ରତିଶତ, ଏନସିପିକୁ ୧୨ ପ୍ରତିଶତ ଓ ଅନ୍ୟକୁ ୨୬ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର