ଏବିପି ଜନମତ ସର୍ଭେ : ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡ଼ୁରେ ଡିଏମକେ

ପୁଡୁଚେରୀରେ ବିଜେପି, କେରଳରେ ବାମଦଳ ସରକାର ଗଢିବା ସମ୍ଭାବନା

ନୂଆଦିଲ୍ଲୀ  : ପଶ୍ଚିମବଙ୍ଗରେ ଏଥର ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ମାତ୍ର ଟିଏମସି ୧୪୮ରୁ ୧୬୪ ଟି ଆସନ ଜିତି ସରକାର ଗଢିବାକୁ ସକ୍ଷମ ହେବ । ବିଜେପିକୁ ୯୨ରୁ ୧୦୮ଟି ଆସନ ମିଳିବ ବୋଲି ଏବିପି ପକ୍ଷରୁ କରାଯାଇଥିବା ଓପିନିୟନ ପୋଲ ବା ଜନମତ ସର୍ଭେରେ କୁହାଯାଇଛି ।

ଆସାମରେ ବିଜେପି ୬୮ରୁ ୭୬ଟି ଆସନ ଜିତି ସରକାର ଗଢିବାକୁ ଥିବାବେଳେ ତାମିଲନାଡ଼ୁରେ ଡିଏମକେ-କଂଗ୍ରେସ ମେଣ୍ଟ ୧୫୪-୧୬୨ଟି ଆସନ ଜିତି ସରକାର ଗଢିବ ।  ବିଜେପି-ଏଆଇଡିଏମକେ ମାତ୍ର ୫୮ରୁ ୬୬ଟି ଆସନ ପାଇବ । ପୁଡୁଚେରୀରେ ବିଜେପି ୧୭ରୁ ୨୧ଟି ଆସନ ଜିତି ସରକାର ଗଢିବ । ଅନ୍ୟପକ୍ଷରେ କେରଳରେ ବାମଦଳ ୮୩ରୁ ୯୧ ଟି ଆସନ ଜିତି କ୍ରମାଗତ ୨ୟ ଥର ପାଇଁ ସରକାର ଗଢିବାର ସମ୍ଭାବନା ରହିଛି ।

ଆସନ୍ତା ମାର୍ଚ୍ଚ ୨୭ରୁ ଏହି ୪ଟି ରାଜ୍ୟ କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଗତ କାଲି ନିର୍ବାଚନ ଆୟୋଗ ଏହି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର