ଜେଲରୁ ଫେରାର ହୋଇଯାଇ ପାରନ୍ତି ଲାଲୁ ପ୍ରସାଦ! ପୁଲିସ ଡିଜିଙ୍କୁ ଚିଠି

ରାଞ୍ଚି: ଅନ୍ତରୀଣ ଜାମିନ  ଅବଧି ଶେଷ ହେବା ପରେ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଝାଡ଼ଖଣ୍ଡର ରାଞ୍ଚି ଠାରେ ସିବିଆଇ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ସେ ଏବେ ଝାଡଖଣ୍ଡ ଜେଲରେ ଦଣ୍ଡ କାଟୁଛନ୍ତି। ଲାଲୁ ଜେଲରୁ ଚମ୍ପଟ ମାରି ପାରନ୍ତି ବୋଲି ତାଙ୍କ ରାଜନୈତିକ ପ୍ରତିପକ୍ଷମାନେ ଅାଶଙ୍କା ପ୍ରକାଶ କରିଛନ୍ତି।

ଜେଡିୟୁ ପ୍ରବକ୍ତା ତଥା ବିହାର ବିଧାନସଭାର ସଦସ୍ୟ ନିରଜ କୁମାର ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବଙ୍କ ଏକ କୁଖ୍ୟାତ ଅପରାଧୀ ସହିତ ସେଲଫି ନେବା ପ୍ରସଙ୍ଗକୁ ଉଠାଇ ଝାଡଖଣ୍ଡ ପୁଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ଆଶଙ୍କା ବାଢ଼ି କହିଛନ୍ତି କି, ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲରୁ ଫେରାର ହେବାକୁ ନେଇ ଯୋଜନା କରି ପାରନ୍ତି। କାରଣ ତେଜସ୍ୱୀ ଓ ଲାଲୁ ପ୍ରସାଦ ଏଇ କିଛିଦିନ ହେବ ଅପରାଧୀଙ୍କ ସହିତ ଅଧିକ ସମୟ ବିତାଉଛନ୍ତି। ଏମିତିରେ ତେଜସ୍ୱୀ ଅପରାଧୀଙ୍କ ଏକ ଦଳ ବନାଇ ନିଜ ପିତାଙ୍କୁ ଜେଲରୁ ଫେରାର କରିବା ପାଇଁ ଷଡଯନ୍ତ୍ର କରୁ ନାହିଁ ତ !

 

ସମ୍ବନ୍ଧିତ ଖବର