ମୋଦୀଙ୍କ ଶପଥ ଗ୍ରହଣ ଅବସରରେ ତ୍ରିରଙ୍ଗରେ ଉଦ୍‌ଭାସିତ ହେଲା ଆବୁ ଧାବିର ଏଡ୍‌ନକ୍‌ ଟାଓ୍ଵାର୍‌

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ଶପଥ ଗ୍ରହଣ କରିବା ପରେ ଗୁରୁବାର ସନ୍ଧ୍ୟାରେ ଆବୁ ଧାବିସ୍ଥିତ ପ୍ରସିଦ୍ଧ ଏଡ୍‌ନକ୍‌ ଗ୍ରୁପ୍‌ ଟାଓ୍ଵାର୍‌ ତ୍ରିରଙ୍ଗ ଆଲୋକରେ ଉଦ୍‌ଭାସିତ ହୋଇଥିଲା।

ଦୁଇ ଦେଶର ପତାକା ଏବଂ ତାଙ୍କର ଦୁଇ ନେତା- ଯୁବରାଜ ମହମ୍ମଦ ବିନ୍‌ ଜେୟେଦ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ର ପ୍ରଦର୍ଶନ କରି ଏହି ନଭଶ୍ଚୁମ୍ବୀ ଅଟ୍ଟାଳିକା ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ମଧ୍ୟରେ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ବର୍ଣ୍ଣନା କରୁଛି।

ଗତ ସପ୍ତାହରେ ମହମ୍ମଦ୍‌ ବିନ୍‌ ଜାୟେଦ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସେ କହିଛନ୍ତି: ତାଙ୍କ ଦଳ ନିର୍ବାଚନ ଜିଣିବା ପରେ ଫୋନ୍‌ ଯୋଗେ ତାଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦୀଙ୍କ ସହ କଥାବର୍ତ୍ତା କରି ଆନନ୍ଦିତ ହୋଇଥିଲି।

ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ଦୃଢ଼ କରିବାକୁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ। ଭାରତର ଏବଂ ତା’ର ବନ୍ଧୁବତ୍ସଳ ବ୍ୟକ୍ତିଙ୍କର ଅଧିକ ଉନ୍ନତି ଓ ସମୃଦ୍ଧି ପାଇଁ ୟୁଏଇ କାମନା କରୁଛି।

ସମ୍ବନ୍ଧିତ ଖବର