୨୦୦୨ରେ ବ୍ୟବସାୟୀଙ୍କୁ ହତ୍ୟା ଧମକ ମାମଲାରେ ଆବୁ ସାଲେମକୁ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ୨୦୦୨ରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଫୋନରେ ହତ୍ୟା ଧମକ ଦେଇ ଅର୍ଥ ଆଦାୟ କରିବା ଅଭିଯୋଗରେ ଦିଲ୍ଲୀର ପାଟାଆଲା ହାଉସ କୋର୍ଟ ଗ୍ୟାଙ୍ଗଷ୍ଟର ଆବୁ ସାଲେମକୁ ୭ ବର୍ଷର ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଗତ ୨ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି ଶେଷ କରିବା ପରେ ସାଲେମକୁ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ଦଣ୍ଡାଦେଶକୁ ଆଜି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ସାଲେମଙ୍କ ବିରୋଧରେ ଆଇପିସିର ଧାରା ୩୮୭,୫୦୬/୫୦୭ ଲଗାଯାଇଛି । ତେବେ ଏହି ମାମଲାରେ ସାଲେମର ସହଯୋଗୀ ଥିବା ଚଞ୍ଚଳ ମେହେତା, ମାଜିଦ ଖାଁ, ପବନ ମିତ୍ତଲ ଓ ମହମ୍ମଦ ଅସରଫଙ୍କୁ ଏହି ମାମଲାରେ ଦୋଷମୁକ୍ତ କରାଯାଇଛି । ୨୦୦୨ରେ ଆବୁ ସାଲେମ ଦିଲ୍ଲୀର ବ୍ୟବସାୟୀ ଅଶୋକ ଗୁପ୍ତାଙ୍କୁ ସୁରକ୍ଷା ଚାନ୍ଦା ବାବଦରେ ୫ କୋଟି ଟଙ୍କା ମାଗିଥିଲା । ଅର୍ଥାତ ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର