ଅବୁ ସଲେମ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବଳପୂର୍ବକ ଦାଦାବଟି ଆଦାୟ ମାମଲାରେ ଗିରଫ ହୋଇଥିବା  ଗ୍ୟାଙ୍ଗଷ୍ଟର ଅବ୍ଦୁ ସଲେମକୁ ଆଜି ଦିଲ୍ଲୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ଦୌରା ଜଜ ତରୁଣ ଶେଖାଓ୍ଵତ ଏହି ମାମଲାରେ ଅବ୍ଦୁକୁ ଦୋଷୀ ସାବ୍ୟସ୍ତ କରିବା ସହ ଜୁଲାଇ ୨୧ରେ ଦଣ୍ଡବିଧାନ କରାଯିବ ବୋଲି ରାୟ ଦେଇଛନ୍ତି। ୨୦୦୨ ମସିହାରେ ଅଶୋକ ଗୁପ୍ତା ନାମକ ଜଣେ ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ବାହାନାରେ ୫ କୋଟି ଟଙ୍କା ଦାଦାବଟି ମାଗିଥିବା ନେଇ ସଲେମ ନାମରେ ଅଭିଯୋଗ ଆସିଥିଲା।

ସମ୍ବନ୍ଧିତ ଖବର