କୋଲକାତା: ପଶ୍ଚିମବଙ୍ଗରେ ଏକ ଅମାନୁଷିକ ଘଟଣା ଘଟିଛି। ଏକ ଗର୍ଭବତୀ ଗାଈକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୨୯ ବର୍ଷର ଯୁବକଙ୍କୁ ଗିରଫ କରାଯାଇଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନାମଖାନା ବ୍ଲକର ଉତ୍ତର ଚନ୍ଦନପିଡ଼ି ଅଞ୍ଚଳରେ ଏହି ଘଟଣା ଘଟିଛି।
ଉତ୍ତର ଚନ୍ଦନପିଡ଼ି ନିବାସୀ ଆରତୀ ଭୂୟାଁଙ୍କ ପରିବାର ପୁଲିସରେ ଅଭିଯୋଗ କରିଥିଲେ, ସେମାନଙ୍କ ପଡ଼ୋଶୀ ପ୍ରଦ୍ୟୁତ ଭୂୟାଁ କିଛି ଦିନ ପୂର୍ବେ ମଧ୍ୟରାତ୍ରିରେ ସେମାନଙ୍କ ଘର ପଛରେ ଥିବା ଗୁହାଳ ଭିତରେ ପଶି ଏକ ଗର୍ଭବତୀ ଗାଈକୁ ଦୁଷ୍କର୍ମ କରିଥିଲା। ଫଳରେ ଗାଈର ରକ୍ତସ୍ରାବ ହୋଇଥିଲା। ଅତ୍ୟଧିକ ରକ୍ତସ୍ରାବ ହେତୁ ଗାଈର ମୃତ୍ୟୁ ଘଟିଥିଲା। ଗର୍ଭବତୀ ଗାଈର ମାଲିକ ଅଭିଯୋଗ କରିବା ପରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଅଭିଯୁକ୍ତ ପ୍ରଦ୍ୟୁତ ଭୂୟାଁଙ୍କୁ ଗିରଫ କରାଯାଇ ମଙ୍ଗଳବାର କାକଦ୍ବୀପ ସବ-ଡିଭିଜନାଲ କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ତାଙ୍କୁ ୧୪ ଦିନ ପାଇଁ ଜେଲ୍ ହାଜତକୁ ପଠାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest-1.jpg)