ବେଙ୍ଗାଲୁରୁ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତାମାନେ ଶନିବାର କର୍ଣ୍ଣାଟକର ଜଣେ ପ୍ରଫେସରଙ୍କୁ ଆଣ୍ଠେଇବା ପାଇଁ ବାଧ୍ୟ କରିଥିବା ଜଣାପଡ଼ିଛି । ପ୍ରଫେସରଜଣଙ୍କ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ପ୍ରଶଂସା କରି ଫେସ୍ବୁକ୍ରେ ପୋଷ୍ଟ କରିଥିବାରୁ ଏବିଭିପିର କର୍ମକର୍ତ୍ତାମାନେ ଏଭଳି ପଦକ୍ଷପ ନେଇଛନ୍ତି । ଘଟଣାଟି କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଘଟିଛି । ଘଟଣାଟି ପୁଲିସ କନେଷ୍ଟବଳଙ୍କ ଆଖି ଆଗରେ ଘଟିଥିଲେ ମଧ୍ୟ କୌଣସି ଏତଲା ରୁଜୁ କରାଯାଇ ନ ଥିବା ଜଣା ପଡ଼ିଛି । ଉଭୟ ଏବିଭିପି ଏବଂ ବିଜେପିର କର୍ମକର୍ତ୍ତାମାନେ ପ୍ରଫେସର ସନ୍ଦିପ୍ ଓ୍ଵାଥରଙ୍କ ବହିଷ୍କାର ଦାବି କରିଛନ୍ତି ।
ABVP forces Karnataka lecturer to kneel, apologise for abusing BJP, praising Imran Khan in "anti national" social media post, while police look on in college run by Congress home minister. Police chief: whatever happened was wrong but can't act without complaint! #NewIndia pic.twitter.com/GgQBFakwBm
— Samar Halarnkar (@samar11) March 3, 2019
ସୂଚନା ମୁତାବକ, ପ୍ରଫେସର ସନ୍ଦିପ୍ ଓ୍ଵାଥର ନିଜ ଫେସ୍ବୁକ୍ ପୋଷ୍ଟରେ ଇମ୍ରାନ୍ ଖାନ୍ଙ୍କୁ ପ୍ରଶଂସା କରିଥିବା ଦେଖି ଏବିଭିପିର କର୍ମକର୍ତ୍ତାମାନେ ଓ୍ଵାଥରଙ୍କ ଘର ସାମ୍ନାକୁ ଯାଇ ଆନ୍ଦୋଳନ କରିଥିଲେ । ଯାହା ପରେ ଓ୍ଵାଥର ନିଜ ଫେସ୍ବୁକ୍ ପୋଷ୍ଟକୁ ହଟାଇ ଦେବା ସହ ଘର ବାହାରକୁ ଆସି କ୍ଷମା ମାଗିଥିଲେ । କିନ୍ତୁ ଏବିଭିପିର କର୍ମକର୍ତ୍ତାମାନେ ତାଙ୍କୁ ଆଣ୍ଠେଇ ହାତ ଯୋଡ଼ି କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ । ଏହା ପରେ ପ୍ରଫେସର ସନ୍ଦିପ୍ ଓ୍ଵାଥର ବାଧ୍ୟ ହୋଇ ହାତ ଯୋଡ଼ି କ୍ଷମା ମାଗିଥିଲେ ।