ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଆଧିପତ୍ୟ, ଜିତିଲା ସଭାପତି ସମେତ ୩ଟି ପଦବୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ସଂପର୍କିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିପୁଳ ବିଜୟ ହାସଲ କରିଛି । ଏବିଭିପି ୩ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ସ୍ୱୀକୃତିପ୍ରାପ୍ତ ଭାରତୀୟ ଜାତୀୟ ଛାତ୍ରସଂସଦ (ଏନଏସୟୁଆଇ) ଗୋଟିଏ ସିଟରେ ବିଜୟ ହାସଲ କରିଛି । ଏବିଭିପି ସଭାପତି, ଉପସଭାପତି ଓ ଜଏଣ୍ଟ-ସେକ୍ରେଟାରୀ ପଦ ହାତେଇଥିବାବେଳେ ଏନଏସୟୁଆଇ ସେକ୍ରେଟାରୀ ପଦ ହାତେଇଛି ।

ଏବିଭିପିର ଅଶ୍ୱୀତ ଦହିୟା ଏନଏସୟୁଆଇର ଚେତନା ତ୍ୟାଗୀଙ୍କୁ ୧୯ହଜାର ଭୋଟରେ ପରାସ୍ତ କରି ସଭାପତି ନିର୍ବାଚିତ ହୋଇଛନ୍ତି । ଏବିଭିପିର ପ୍ରଦୀପ ତନଓ୍ଵାର ଉପସଭାପତି ନିଯୁକ୍ତ ହୋଇଥିବାବେଳେ ଶିବାଙ୍ଗୀ କରଓ୍ଵାଲ ଜଏଣ୍ଟ-ସେକ୍ରେଟାରୀ ନିର୍ବାଚିତ ହୋଇଛନ୍ତି । ଏନଏସୟୁଆଇ ପ୍ରାର୍ଥୀ ଆଶିଷ ଲାମ୍ବା ସେକ୍ରେଟାରୀ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏଥର ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଭୋଟ ହାର ହ୍ରାସ ପାଇଛି । ଗତ ବର୍ଷ ୪୪.୪ ପ୍ରତିଶତ ଭୋଟିଂ ହୋଇଥିବାବେଳେ ଏଥର ମାତ୍ର ୩୯.୯ ପ୍ରତିଶତ ଭୋଟିଂ ହୋଇଛି ।

ସମ୍ବନ୍ଧିତ ଖବର