ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ରକ୍ରେ ଏସି କ୍ୟାବିନକୁ ବାଧ୍ୟତାମୂଳକ କରାଯାଇଛି। ୨୦୨୫ ଅକ୍ଟୋବରରୁ ତାହା ଲାଗୁ ହେବ। କାରଖାନାରେ ତିଆରି ହେବା ସମୟରେ ଟ୍ରକ୍ର ଏସି କ୍ୟାବିନ ପ୍ରସ୍ତୁତ କରାଯିବ। ଏଥିପାଇଁ ପାଞ୍ଚ ବର୍ଷ ପୂର୍ବରୁ ଯୋଜନା ହୋଇଥିଲା। ବହୁବାର ଉଦ୍ୟମ କରିବା ପରେ ଶେଷରେ ଏହାକୁ ଲାଗୁ କରିବାର ତାରିଖ ଘୋଷଣା କରାଯାଇଛି।
ଏସି କ୍ୟାବିନର ପରୀକ୍ଷଣ ନିର୍ଧାରିତ ନିୟମ ଅନୁସାରେ କରାଯିବ। ଟ୍ରକ୍ରେ ଏସି କ୍ୟାବିନ ନିୟମକୁ ୨୦୨୫ ଜାନୁଆରିରୁ ଲାଗୁ କରିବା ବିଷୟରେ ଚଳିତ ବର୍ଷ ଜାନୁଆରିରେ ଘୋଷଣା କରାଯାଇଥିଲା। ପରେ ତାରିଖ ଘୁଞ୍ଚିଥିଲା।