ମାସକୁ ୨ଥର ସଫା ହେବ ଏସି କୋଚ୍‌ କମ୍ବଳ

ନୂଆଦିଲ୍ଲୀ: ଟ୍ରେନ୍‌ର ଏସି କୋଚ୍‌ଗୁଡ଼ିକରେ ବ୍ୟବହାର ହେଉଥିବା କମ୍ବଳ ଏଥର ମାସକୁ ୨ ଥର ସଫା ହେବ। ପୂର୍ବରୁ ୨ମାସରେ ଗୋଟିଏ ଥର କମ୍ବଳ ସଫା ହେଉଥିବା ବେଳେ ଏହାକୁ ନେଇ ସିଏଜି ରିପୋର୍ଟରେ ସମାଲୋଚନା ମଧ୍ୟ କରାଯାଇଥିଲା। ଏବେ ରେଳବାଇ ଉଲ ଓ ନାଇଲନ୍‌ଯୁକ୍ତ ଏକ ନୂଆ ପ୍ରକାର କମ୍ବଳ ମଧ୍ୟ ତିଆରି କରିବ ବୋଲି ଜଣାପଡ଼ିଛି। ପ୍ରଥମ ଶ୍ରେଣୀ ଏସି ଯାତ୍ରୀ ବ୍ୟବହାର କରୁଥିବା କମ୍ବଳର କଭର ପ୍ରତିଦିନ ପରିବର୍ତ୍ତନ ହେବାକୁ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ ଏହି ବ୍ୟବସ୍ଥା ରହିବ ନାହିଁ।

ସମ୍ବନ୍ଧିତ ଖବର