ନୂଆଦିଲ୍ଲୀ: କରୋନା ଭୂତାଣୁ ବାୟୁବାହିତ ନୁହେଁ ଏବଂ ଏହା ସଂସ୍ପର୍ଶରେ ଆସିଲେ ହିଁ ସଂକ୍ରମିତ ହୋଇଥାଏ ବୋଲି ଆମମାନଙ୍କର ଏକ ଧାରଣା ରହିଆସିଛିା ତେବେ ଶୀତତାପ ନିୟନ୍ତ୍ରକରୁ ଆସୁଥିବା ପବନ ସ୍ରୋତରେ କରୋନା ଭୂତାଣୁ ବ୍ୟାପିଥିବାର ଏକ ରିପୋର୍ଟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛିା ଚୀନ୍ର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଚୀନ୍ର ଏକ ରେସ୍ତୋରାଁରେ ଶୀତତାପ ନିୟନ୍ତ୍ରକ ତଳେ ବସିଥିବା ଜଣେ କରୋନା ଆକ୍ରାନ୍ତଙ୍କ ଠାରୁ ଶୀତ ପବନର ସୁଅରେ କରୋନା ଭୂତାଣୁମାନେ ହୋଟେଲରେ ବସିଥିିବା ଅନ୍ୟ ଗରାଖମାନଙ୍କ ଦେହକୁ ବ୍ୟାପିଥିବା କୁହାଯାଇଛିା ଚୀନା ଗବେଷକମାନଙ୍କ ଅନୁଧ୍ୟାନ ମୁତାବକ, କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଭାବେ ବିବେଚିତ ଉହାନ ସହର ବନ୍ଦ ହେବା ପୂର୍ବରୁ ସେଠାର ଏକ ପରିବାର ଗତ ଜାନୁଆରି ୨୪ ତାରିଖରେ ଆସି ଚୀନ୍ର ଅନ୍ୟତମ ସହର ଗୁଆଂଝାଓର ଏକ ରେସ୍ତୋରାଁରେ ଜଳପାନ କରିଥିଲୋ ସେମାନଙ୍କ ଭିତରୁ ଜଣେ ମହିଳାଙ୍କ ଠାରେ ଅଜାଣତରେ କରୋନା ଭୂତାଣୁ ରହିଥିଲାା ତେବେ ସେହି ରେସ୍ତୋରାଁରେ ସେମାନଙ୍କ ସାମନାରେ ବସିଥିବା ଅନ୍ୟ ନଅ ଜଣଙ୍କ ଠାରେ କିଛି ଦିନ ପରେ କରୋନା ଲକ୍ଷଣ ଦେଖାଦେଇଥିଲାା ସେମାନଙ୍କ ମଧ୍ୟରୁ ଚାରି ଜଣ ସେହି ମହିଳାଙ୍କ ସମ୍ପର୍କୀୟ ହୋଇଥିବା ବେଳେ ଅନ୍ୟ ପା ଜଣ କେହି କାହା ସହିତ ସମ୍ପର୍କିତ ନଥିଲୋ ଅପରପକ୍ଷେ, ସେମାନେ ରେସ୍ତୋରାଁରେ ଯଥେଷ୍ଟ ଦୂରତାରେ ବସିଥିବାରୁ ସେମାନଙ୍କୁ ହୋଇଥିବା ସଂକ୍ରମଣର କାରଣ ଖୋଜିଲା ପରେ ଏପରି ଶୀତତାପ ନିୟନ୍ତ୍ରକର କାରନାମା ସମ୍ପର୍କରେ ଜଣାପଡି଼ଥିଲାା ସେଠାରୁ ଆସୁଥିବା ଶୀତ ପବନ ସୁଅରେ ସଂକ୍ରମିତ ଥିବା ମହିଳାଙ୍କ ଠାରୁ କରୋନା ଭୂତାଣୁ ମିଶି ସାମନାରେ ବସିଥିବା ଅନ୍ୟମାନଙ୍କ ପାଖକୁ ପରିବାହିତ ହୋଇଥିଲା ବୋଲି ଗବେଷକମାନେ କହିଛନ୍ତିା
ଏସି ପବନ କରୁଛି କରୋନା ସଂକ୍ରମଣ! ରେସ୍ତୋରାଁରେ ପୃଥକ୍ ବସିଥିବା ତିନି ପରିବାରକୁ ମାଡି଼ଗଲା
/sambad/media/post_attachments/wp-content/uploads/2017/11/Inside-Restaurant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)