ଏହି ସଫ୍ଟୱେୟାର କମ୍ପାନୀ ଆରମ୍ଭ କରିବ ଛଟେଇ, ପ୍ରଭାବିତ ହୋଇପାରନ୍ତି ବାଙ୍ଗାଲୋରରେ ଥିବା ସଫ୍ଟୱେୟାର ଇଂଜିନିୟର

ନୂଆଦିଲ୍ଲୀ: ଗ୍ଲୋବାଲ୍ ସଫ୍ଟୱେୟାର କମ୍ପାନୀ ଆସେଞ୍ଚରର ବିଶ୍ୱବ୍ୟାପୀ ୫ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି | ବର୍ତ୍ତମାନ ଏହି କମ୍ପାନୀ ଅତି କମରେ ୫ ପ୍ରତିଶତ କର୍ମଚାରୀ ହ୍ରାସ କରିବାକୁ ଯାଉଛନ୍ତି। ଆଉ ଏହା ହେଲେ ହଜାର ହଜାର ଭାରତୀୟ ମଧ୍ୟ ଆର୍ଥିକ ଅବନତି ମଧ୍ୟରେ ଚାକିରି ହରାଇବେ। କୁହାଯାଉଛି ଯେ ଭାରତରେ ପ୍ରାୟ ୧୦ ହଜାର କର୍ମଚାରୀ ଛଟେଇର ଶିକାର ହୋଇପାରନ୍ତି |

ଅଷ୍ଟ୍ରେଲୀୟ ଆର୍ଥିକ ସମୀକ୍ଷା ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅଗଷ୍ଟ ମଧ୍ୟଭାଗରେ ଆସେଞ୍ଚର ର ସିଇଓ ଜୁଲି ସ୍ବୀଟଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏକ କର୍ମକର୍ତ୍ତା ବୈଠକରେ ଛଟେଇ ବାବଦରେ ସୂଚନା ପ୍ରଦାନ କରାଯାଇଛି। ଭାରତରେ ଆସେଞ୍ଚରର ପ୍ରାୟ 2 ଲକ୍ଷ କର୍ମଚାରୀ ଅଛନ୍ତି, ଆଉ ଏହି ପଦକ୍ଷେପ ଦ୍ୱାରା ହଜାର ହଜାର କର୍ମଚାରୀ ପ୍ରଭାବିତ ହୋଇପାରନ୍ତି |

photo-india tv news

କମ୍ପାନୀ କହିଛି, “ଚଳିତ ବର୍ଷ ଆମର ବ୍ୟବସାୟର ସମସ୍ତ ଭାଗରେ ଏବଂ କ୍ୟାରିୟରର ସମସ୍ତ ସ୍ତରରେ ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ପ୍ରାୟ ୫ ପ୍ରତିଶତ ଲୋକଙ୍କୁ ଚିହ୍ନଟ କରାଯିବ | ଆଉ ଏମାନଙ୍କୁ ଛଟେଇ କରାଯିବ | ” ଏଠାରେ ସୂଚନା ଥାଉ କି ସାରା ବିଶ୍ୱର ସଫ୍ଟୱେୟାର ଜଗତରେ ଆସେଞ୍ଚର ଏକ ଜଣାଶୁଣା କମ୍ପାନୀ ଭାବେ ପରିଚିତ | ଭାରତର ମେଟ୍ରୋ ସହରରେ ଏହି କମ୍ପାନୀର କାର୍ଯ୍ୟାଳୟ ଥିବାବେଳେ ବାଙ୍ଗାଲୋର ଓ ହାଇଦ୍ରାବାଦରେ ବହୁ ସଂଖ୍ୟକ ଭାରତୀୟ ଓ ଓଡ଼ିଆ କାର୍ଯ୍ୟ କରନ୍ତି |

ସମ୍ବନ୍ଧିତ ଖବର