ମୁଁ ତାଲିବାନକୁ ଗ୍ରହଣ କରିଛି, କିନ୍ତୁ ତାଙ୍କ ସହ ସାମିଲ ହେବି ନାହିଁ: ପୂର୍ବତନ ରାଷ୍ଟ୍ରପତି ଅସରଫ ଗନିଙ୍କ ଭାଇ ହଶମତ ଗନି

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲକୁ ନେବା ପରେ ମୁଁ ସେମାନଙ୍କୁ ଗ୍ରହଣ କରିଛି ସତ, କିନ୍ତୁ ମୁଁ କେବେ ବି ତାଲିବାନ ସହ ସାମିଲ ହେବି ନାହିଁ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଗନିଙ୍କ ଭାଇ ହଶମତ ଗନି ଅହମ୍ମଦଜାଇ। ରକ୍ତପାତରୁ ରକ୍ଷା ପାଇବା ପାଇଁ ତାଲିବାନକୁ ସେ ଗ୍ରହଣ କରିଥିବା ସ୍ପଷ୍ଟ କରିଛନ୍ତିି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମୁଁ ତାଲିବାନ ଶାସନକୁ ଗ୍ରହଣ କରିଛି, କିନ୍ତୁ ଏହାର ଅଂଶ ହେବି ନାହିଁ। ଆଫଗାନିସ୍ତାନରେ ପରିସ୍ଥିତି ଅସହ୍ୟ। ଆମେ ଏକ ସୁବିଧାଜନକ ଭୂମିକା ଗ୍ରହଣ କରିପାରିବା ଏବଂ ଏଥିପାଇଁ ସମସ୍ତ ପକ୍ଷଙ୍କୁ ଏକତ୍ର କାର୍ଯ୍ୟ କରିବାକୁ ପଡିବ | ମୁଁ ତାଲିବାନକୁ ଅନୁରୋଧ କରିଛି ଯେ, ହେକମାଟିୟର ଏବଂ କରଜାଇ ପରି ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ନୁହେଁ। କାରଣ ସେମାନେ ହିଁ ଦେଶକୁ ନଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର