ଦୁର୍ଘଟଣା:  ୩ ଆରଜେଡି ନେତାଙ୍କ ସମେତ ୪ ମୃତ

ପାଟନା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କ ବାହାଘରରେ ଯୋଗ ଦେଇ ଫେରିବା ବେଳେ ଆରାରିଆ ଜିଲ୍ଲା ନିକଟରେ କାର ଦୁର୍ଘଟଣାରେ ତିନି ଜଣ ଆରଜେଡି ନେତାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ବିବାହ ଉତ୍ସବରୁ ଫେରୁଥିବା ବେଳେ କିଶନଗଞ୍ଜ ରାସ୍ତାରେ କାରଟି ଭାରସାମ୍ୟ ହରାଇ ରୋଡ ଡିଭାଇଡର ଭାଙ୍ଗି   ଏକ ଟ୍ରକ୍‌କୁ ଧକ୍କା ଦେଇଥଲା।   ଆରଜେଡି ନେତା ଇକ୍ରାମୁଲ ହକ୍‌ ବାଘି, କିଶନଗଞ୍ଜ ଜିଲ୍ଲା ଆରଜେଡି ସଭାପତି ଇନ୍ତେଖାବ ଆଲମ. ଦିଘାଲଗଞ୍ଜ ବ୍ଲକ ସଭାପତି ପପ୍ପୁ ଓ ଡ୍ରାଇଭର ସାହିଲର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର