ବ୍ରହ୍ମପୁର : ସୀମାଞ୍ଚଳମରେ ଭଗବାନ ବରାହ ନରସିଂହଙ୍କ ଦର୍ଶନ ସାରି ସେଠାରୁ ବ୍ରହ୍ମପୁର ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏହି ଘଟଣା ଏବେ ବ୍ରହ୍ମପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
/sambad/media/post_attachments/wp-content/uploads/2020/01/AP-Accident_3.jpg)
ଆନ୍ଧ୍ରପ୍ରଦେଶର ମଞ୍ଜୁଷା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ଫଳରେ ୫ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଆନ୍ଧ୍ର ପୁଲିସର ସୂଚନା ଅନୁଯାୟୀ ଗତକାଲି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ୬ଜଣ ବ୍ୟକ୍ତି କାର୍ ଯୋଗେ ସୀମାଞ୍ଚଳମ୍ ଯାଇଥିଲେ। ସେଠାରୁ ସେମାନେ ନିଜ ଘରକୁ ଫେରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ନିକଟରେ ସେମାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୨ଟି ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଥିଲା।
/sambad/media/post_attachments/wp-content/uploads/2020/01/AP-Accident_2.jpg)
ଅପରପକ୍ଷରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ଥିବା ଜଣାଯାଇଛି। ତେବେ କିଭଳି ଏହି ଦୁର୍ଘଟଣା ଘଟିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Five-Odia-Dies-in-AP-on-Accident_Thumbnail_2.jpg)