ଲକ୍ଷ୍ନୌ: ଲକ୍ଷ୍ନୌରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ୟୁପି ନିବେଷକ ସମ୍ମିଳନୀରେ ଯୋଗଦେବାଲାଗି ଯାଉଥିବା ବିଜେପି ବିଧାୟକ ଲୋକେନ୍ଦ୍ର ସିଂହ ଚୌହାନ୍ଙ୍କ ସହ ଅନ୍ୟ ୫ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ସୂଚନାନୁଯାୟୀ ୪୫ ବର୍ଷୀୟ ନୁର୍ପୁର ବିଜେପି ବିଧାୟକ ଲୋକେନ୍ଦ୍ର ସିଂହଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ଆଜି ଉକ୍ତ କାର୍ଯ୍ୟକ୍ରମକୁ ଯୋଗ ଦେବାଲାଗି ଯାଉଥିବାବେଳେ ସେମାନଙ୍କ ଗାଡ଼ି କମଲାପୁରରେ ଏକ ଟ୍ରକ୍ ସହ ଧକ୍କା ହେବାଫଳରେ ଘଟଣାସ୍ଥଳରେ ସମସ୍ତେ ପ୍ରାଣ ହରାଇଥିଲେ। ତେବେ ବିଧାୟକଙ୍କ ଡ୍ରାଇଭର ନିୟନ୍ତ୍ରଣ ହରାଇଦେବାଫଳରେ ଗାଡ଼ିଟି ସମ୍ମୁଖ ଭାଗରୁ ଆସୁଥିବା ଏକ ଟ୍ରକ୍ରେ ପିଟି ହୋଇଥିବା ଜଣାଯାଇଛି। ଏଥିରେ ସିଂହଙ୍କ ସହ ତାଙ୍କ ଦୁଇ ସୁରକ୍ଷାକର୍ମୀ ଏବଂ ଟ୍ରକ୍ରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସିଂହଙ୍କ ଦୁଇ ସୁରକ୍ଷାକର୍ମୀଙ୍କ ନାଁ ଦୀପକ କୁମାର (୩୨) ଏବଂ ବ୍ରିଜେଶ ମିଶ୍ର (୩୦) । ଦୁଇଟି ଯାକ ଗାଡ଼ିର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେମାନେ ଏବେ ଚିକିତ୍ସାଧିନ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀମାନେ ସିଂହଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ତେବେ ବିଜେପି ଆଜି ଦୁଇଜଣ ବିଧାୟକଙ୍କୁ ହରାଇଛି। ବିଧାୟକ ଲୋକେନ୍ଦ୍ର ସିଂହ ଚୌହାନ୍ଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ରାଜସ୍ଥାନ ବିଜେପି ବିଧାୟକ କଲ୍ୟାଣ ସିଂହଙ୍କର ମଧ୍ୟ ପରଲୋକ ହୋଇଯାଇଛି। କର୍କଟ ରୋଗ ସହ ସଂଘର୍ଷ କରି ଆଜି ଉଦୟପୁରର ଜିବିଏଚ୍ ଆମେରିକାନ୍ ହସ୍ପିଟାଲ୍ରେ କଲ୍ୟାଣ ସିଂହ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ମର୍ମନ୍ତୁଦ ଦୁର୍ଘଟଣା: ମୋଦିଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବିଧାୟକଙ୍କ ସମେତ ୫ ମୃତ
/sambad/media/post_attachments/wp-content/uploads/2018/02/Sita-one.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)