ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୋର ଜିଲ୍ଲା ଅଧୀନସ୍ଥ ଭେପ୍ପୁର ନିକଟରେ ଆଜି ଏକ କାର୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଦ୍ରୁତ ଗତିରେ ଯାଉଥିବା କାର୍କୁ ପ୍ରଥମେ ପଛପଟୁ ଏକ ଟ୍ରକ୍ ଧକ୍କା ଦେବାପରେ କାର୍ଟି ଆଗରେ ଥିବା ଟ୍ରକ୍ରେ ପିଟି ହୋଇଥିଲା।
ଫଳରେ କାର୍ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ଏବଂ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫ ଜଣ ମୃତକ ହେଉଛନ୍ତି ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୨ ଜଣ ଶିଶୁ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)