ନୂଆଦିଲ୍ଲୀ: ଦିଲ୍ଲୀରେ ଶୁକ୍ରବାର ସକାଳେ ପ୍ରବଳ ଝଡ଼ ଏବଂ ବର୍ଷା ଆରମ୍ଭ ହୋଇ ଯାଇଥିଲା। କିଛି ଘଣ୍ଟାର ବର୍ଷା ଯୋଗୁଁ ରାଜଧାନୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।
ଏହି ଝଡ଼ ଏବଂ ବର୍ଷା ଯୋଗୁଁ ଦକ୍ଷିଣଦିଲ୍ଲୀର ଜାଫରପୁର କଲାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଘର ଉପରେ ଗଛ ପଡ଼ିଯିବାରୁ ଘରର କୋଠରିଗୁଡ଼ିକ ଭୁଶୁଡ଼ି ପଡ଼ିଛି। ଏହା ତଳେ ଚାପି ହୋଇ ଘରର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ଏହା ବ୍ୟତୀତ ଅନେକ ଲୋକ ବର୍ଷା ଓ ପବନ ହେତୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି।
ଏହି ଦୁର୍ଘଟଣା ଜାଫରପୁର କଲାନ ନିକଟସ୍ଥ ଖଡ଼ଖଡ଼ି କେନାଲ ଗାଁରେ ଘଟିଛି। ଗାଁରେ ପ୍ରବଳ ପବନ ଯୋଗୁଁ ଏକ ନିମ୍ବ ଗଛ ଉପୁଡ଼ି ଘର ଉପରେ ଭୁଶୁଡ଼ି ପଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ଏକ ଦମ୍ପତି ସେମାନଙ୍କର ୩ ପିଲାଙ୍କ ସହିତ ଏହି ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥା୍ରେ ସେମାନେ କୋଠରି ଭିତରେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ମା’ ଛୁଆଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି।
#WATCH दिल्ली: आज सुबह राष्ट्रीय राजधानी में तेज़ आंधी और बिजली कड़कने के साथ भारी बारिश हुई। वीडियो लाजपत नगर इलाके से है। pic.twitter.com/dJY0ht2Dat
— ANI_HindiNews (@AHindinews) May 2, 2025
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀର ସହାୟତାରେ ସମସ୍ତ ଲୋକଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ସମସ୍ତଙ୍କୁ ପୁଲିସ ଆରଟିଆର ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ଜ୍ୟୋତି (୨୬) ଏବଂ ତାଙ୍କ ତିନି ପିଲା। ଦୁର୍ଘଟଣାରେ ଜ୍ୟୋତିଙ୍କ ସ୍ୱାମୀ ଅଜୟ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।