ଅହମଦାବାଦ : ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁଜରାଟର ଅହମଦାବାଦ ଉତ୍ସବମୁଖର ଥିବାବେଳେ ସେଠାରେ ଏକ ଅଘଟଣ ଘଟିଛି । ରଥ ଯାଉଥିବା ରାସ୍ତା ନିକଟରେ ଥିବା ଏକ କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଆହୁରି କିଛି ଲୋକ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଅହମଦାବାଦ ଦରିଆପୁରର କାରିଆନାକା ରୋଡରେ ଏହି ଦୁର୍ଘଟଣା ଘଟିଛି । ସେଠାରେ ଥିବା ଏକ ତିନି ମହଲା କୋଠାର ତୃତୀୟ ମହଲାର ବାଲକୋନି ଭାଙ୍ଗି ଯାଇଥିଲା । ଦୁର୍ଘଟଣା ସମୟରେ ବାଲକୋନିରେ ଅନେକ ଲୋକ ଥିଲେ । ଦୁର୍ଘଟଣା ପରେ ରିଲିଫ୍ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ ।
Accident during Rath Yatra in Ahmedabad.. many injured due to balcony collapse#Ahmedabad #AhmedabadRathYatra #balcony #collapse #modi #Amitsha #news #viralvideo pic.twitter.com/p3FurcdiAn
— Abhiram Basava (@Abhiram_basava) June 20, 2023
ଏହି ଦୁର୍ଘଟଣାରେ ମୋଟ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୭ ଜଣଙ୍କୁ ବିଏପିଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବିଏପିଏସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମେହୁଲ ପାଞ୍ଚାଲ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।
ଦରିଆପୁର ଅହମଦାବାଦର ଏକ ପୁରାତନ ଅଞ୍ଚଳ । ଯେଉଁ କୋଠାର ବାଲକୋନି ଭୁଶୁଡ଼ି ପଡ଼ିଥିଲା, ତାହା ଏକ ପୁରାତନ କୋଠାଥିଲା ଓ ସେଥିପାଇଁ ତାହାକୁ ନୋଟିସ ଦିଆଯାଇଥିଲା । ବିପଦପୂର୍ଣ୍ଣ ଥିବାସତ୍ତ୍ବେ ତା' ତଳେ ଦେକାନ ଚାଲୁଥିଲା ଓ ଉପରେ ଆବାସିକ ଜାଗା ଥିଲା। ଆଜି ଲୋକମାନେ ବାଲକୋନିରେ ଠିଆ ହୋଇ ରଥକୁ ଅପେକ୍ଷା କରିଥିଲେ ।