ପାଟନା : ବିହାରରେ ‘ଜୀବିତପୁତ୍ରିକା’ ଉତ୍ସବ ବେଳେ ବଡ଼ ଅଘଟଣ ଘଟିଛି। ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ିଯାଇ ୩୭ ଶିଶୁଙ୍କ ସମେତ ୪୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ବିଭିନ୍ନ ନଦୀ ଓ ପୋଖରୀମାନଙ୍କରେ ପବିତ୍ର ବୁଡ଼ ପକାଉଥିବା ବେଳେ ପାଣିରେ ବୁଡ଼ି ଯାଇଛନ୍ତି। ଜୀବିତପୁତ୍ରିକା ଉତ୍ସବରେ ମହିଳାମାନେ ସେମାନଙ୍କ ପିଲାଙ୍କ ମଙ୍ଗଳ କାମନା କରି ଉପବାସ ରଖନ୍ତି। ଉଭୟ ମା’ ଏବଂ ସେମାନଙ୍କ ପିଲା ବୁଡ଼ ପକାନ୍ତି। ତେବେ ଏହି ବୁଡ଼ ପକାଇବା ସମୟରେ ରାଜ୍ୟର ୧୫ଟି ଜିଲ୍ଲାରେ ପୃଥକ୍ ଘଟଣାରେ ପାଣିରେ ବୁଡ଼ି ୪୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି।
ଏହା ସହିତ ୩ ଜଣ ନିଖୋଜ ଥିବା ଜଣାପଡ଼ିଛି। ଏଯାବତ ୪୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ବିହାରର ପୂର୍ବ ଏବଂ ପଶ୍ଚିମ ଚମ୍ପାରନ, ନାଳନ୍ଦା, ଔରଙ୍ଗାବାଦ, କୈମୁର, ବକ୍ସାର, ସିୱାନ, ରୋହତସ, ସାରଣ, ପାଟନା, ବୈଶାଳୀ, ମୁଜାଫରପୁର, ସମସ୍ତିପୁର, ଗୋପାଳଗଞ୍ଜ ଏବଂ ଅରୱଲ ଜିଲ୍ଲାରେ ଗତକାଲି ଏହି ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/hHmu8QRT1ark6jQkDS1D.jpg)