ନୂଆଦିଲ୍ଲୀ: ରାଜସ୍ଥାନର ପାଲି ଜିଲ୍ଲାର ସାଣ୍ଡେରାୱ ନିକଟସ୍ଥ ୧୬୨ ନମ୍ବର ଜାତୀୟ ରାଜପଥରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଦୁଇ ମୃତକଙ୍କ ନାମ ମେନା ଦେବୀ ଦେବାସୀ ଓ ଭମ୍ବର ଲାଲ ପ୍ରଜାପତ ବୋଲି ଜଣାପଡ଼ିଛି। ଦୁଇଜଣ ଇଟାଲୀର ବାସିନ୍ଦା ଥିବା ପୁଲିସ ସୂତ୍ରରୁ ପ୍ରକାଶ।
/sambad/media/post_attachments/657191a7d8b147db8f21d44032f2b810c7c5f413f358cd62254b78000c3f0627.jpg)
ସୂଚନାଯୋଗ୍ୟ, ରାସ୍ତା ପାର୍ଶ୍ବରେ ଗ୍ୟାସ ପାଇପଲାଇନ ବିଛା ଯିବା କାମ ବହୁ ଦିନରୁ ଚାଲୁଥିଲା। ଗତ ମଙ୍ଗଳବାର ହାଇଡ୍ରା ମେସିନ ଦ୍ବାରା ପାଇପ ଉଠାଯାଇ ଖୋଳା ଯାଇଥିବା ସ୍ଥାନରେ ପକା ଯାଉଥିଲା। ଏହି ସମୟରେ ମେସିନର ଭାରସାମ୍ୟ ବିଗିଡ଼ି ଯାଇଥିଲା। ଫଳରେ ରାସ୍ତାରେ ଯାଉଥିବା ଏକ ଘରୋଇ ବସ୍ ଭିତରେ ଏହି ପାଇପ ପଶି ଯାଇଥିଲା। ପାଇପଟି ବସର ଗୋଟିଏ ପାର୍ଶ୍ବରେ ପଶି ଆରପାର୍ଶ୍ବରେ ବାହାରି ଯାଇଥିଲା। କିଛି ସମୟ ପାଇଁ କ’ଣ ହେଲା କେହି କିଛି ବୁଝି ପାରି ନଥିଲେ। ପରେ ବସ ଭିତରୁ ଯାତ୍ରୀଙ୍କ କାନ୍ଦିବା ସ୍ବର ସହିତ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ଏହିସହିତ ଆହତ ଯାତ୍ରୀଙ୍କୁ ସାହାଯ୍ୟ ପାଇଁ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଦୁର୍ଘଟଣା ଦୃଶ୍ୟ ଦେଖି ସ୍ଥାନୀୟଲୋକ ସ୍ତବ୍ଧ ହୋଇଯାଇଥିଲେ।
/sambad/media/post_attachments/7b8ef0b31f22df3cb69cbafd6f643cf7142834bcef6c73afaca9db68b7ea57b2.jpg)
ଏହି ଦୁର୍ଘଟଣାରେ ଯାତ୍ରୀ ଲାଲ ପ୍ରଜାପତଙ୍କର ମୃତ୍ୟୁ ହୋଇଥିବା ବେଳେ ମେନା ଦେବୀ ଦେବାସୀଙ୍କ ଶରୀର ଦୁଇଖଣ୍ଡ ହୋଇଯାଇଥିଲା। ୧୨ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଶିଶୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Untitled-1-1.jpg)