ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କାରକେଡ ଶନିବାର ଦିନ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଉତ୍ତରପ୍ରଦେଶର ହାର୍ଦୋଇ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ କାର କାରକେଡ ସହିତ ଚାଲୁଥିବା ଯାନଗୁଡିକ କ୍ଷତିଗ୍ରସ୍ତ ହୋଇଥିବାବେଳେ କିଛି ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାରେ ଅଖିଳେଶ ଯାଦବଙ୍କ କୌଣସି କ୍ଷତି ହୋଇନାହିଁ ।

Advertisment

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ଘଟଣାରେ କାରକେଡର ଚାରିଟି ଯାନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ଜଣାପଡ଼ିଛି ।

ପୁଲିସ ମିଳିଥିବା ସୂଚନା ଅନୁଯାୟୀ, ଅଖିଳେଶ ଯାଦବ ଏକ ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ, ତାଙ୍କ କାର କାରକେଡର କିଛି କାର ପରସ୍ପର ସହିତ ଧକ୍କା ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ଆହତଙ୍କ ଯତ୍ନ ନେବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିବାହ ସ୍ଥଳକୁ ଚାଲିଯାଇଥିଲେ ।

ହର୍ଦୋଇ ଏସଏସପି ଅନୀଲ କୁମାର କହିଛନ୍ତି ଯେ ହରପାଲପୁର ହାଇଓ୍ବେରେ ଯାଉଥିବାବେଳେ ଫରହାନ ନଗର କ୍ରସିଂ ପରେ କାରକେଡର ଗୋଟିଏ ଗାଡ଼ି ହଠାତ ବ୍ରେକ ମାରିବାରୁ ପଛରେ ଆସୁଥିବା ଅନ୍ୟ ଗାଡ଼ିମାନେ ଧକ୍କା ହୋଇଯାଇଥିଲେ ।