ରାୟପୁର: ଛତିଶଗଡ଼ର ରାଜନାନ୍ଦଗାଓଁ ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଗୋଟିଏ ପରିବାରର ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଏସ୍ୟୁଭିେର କିଛି ଲୋକ ନବରାତ୍ରି ଅବସରରେ ଡୋଙ୍ଗରଗଡ଼ସ୍ଥିତ ମା’ ବମ୍ଲେଶ୍ବରୀ ମନ୍ଦିର ଦର୍ଶନ ସାରି ଫେରୁଥିଲେ। ଏହି ସମୟରେ ସେମାନେ ରାଜନାନ୍ଦଗାଓଁ-ଦୁର୍ଗ ରାସ୍ତାରେ ହୋଇଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍ ସହ ଏସ୍ୟୁଭିର ଧକ୍କା ହୋଇଥିଲା। ଚାଳକ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରି ଯିବାକୁ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ଏସ୍ୟୁଭିରେ ଥିବା ୧୦ ଜଣଙ୍କର ପ୍ରାଣହାନି ଘଟିଛି। ଅଧିକାଂଶ ଲୋକ ଗୋଟିଏ ପରିବାରର।
ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଗୋଟିଏ ପରିବାରର ୧୦ ମୃତ
/sambad/media/post_attachments/wp-content/uploads/2018/10/Accident_Sambad-Graphic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)