ସିଏମ୍‌ଇରେ ତାଲିମ ବେଳେ ଦୁର୍ଘଟଣା ୨ଯବାନ ମୃତ, ୯ ଆହତ

ପୁନେ: ଭାରତୀୟ ସେନାର ଦୁଇ ଜଣ ଯବାନ ପୁନେର କଲେଜ ଅଫ୍‌ ମିଲିଟାରି ଇଂଜିନିୟରିଂରେ ଏକ ଅଭ୍ୟାସ ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଅନ୍ୟ ୯ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ସେନା ହସ୍ପିଟାଲରେ ଭତ୍ତି କରାଯାଇଛି। ଆଜି ପୂର୍ବାହ୍ନରେ ଯବାନମାନେ ତାଲିମ ନେଉଥିବା ବେଳେ ଏକ ସସ୍‌ପେନ୍ସନ ବ୍ରିଜ୍‌ର ଟାୱାର ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ ଜଣ ଯବାନଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। କଲେଜ ଅଫ୍‌ ମିଲିଟାରି ଇଂଜିନିୟରିଂ (ସିଏମ୍‌ଇ) ଭାରତୀୟ ସେନାର ଇଂଜିନିୟରମାନଙ୍କ ପାଇଁ ପ୍ରମୁଖ ବୈଷୟିକ ତଥା ସାମରିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଜଣାଶୁଣା।

ସମ୍ବନ୍ଧିତ ଖବର