ରାଞ୍ଚି: ଝାଡ଼ଖଣ୍ଡରେ ବଡ଼ ସଡ଼କ ଦୁର୍ଘଟଣା । ବସ୍-ଟ୍ରକ୍ ଧକ୍କାରେ ୧୮ କାଉଡ଼ିଆଙ୍କ ମୃତ୍ୟୁ । ଜଳାଭିଷେକ କରି ଫେରିବା ବେଳେ ଚାଲିଗଲା ୧୮ ଜଣଙ୍କ ଜୀବନ । ଝାଡ଼ଖଣ୍ଡ ଦେଓଘର ନିକଟରେ କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ୍ ଧକ୍କା ହେବା ଫଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ କାଉଡ଼ିଆ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି ।
ତେବେ ଆଜି ଭୋର ୪ଟା ୩୦ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦେଓଘର ଜାମୁନିଆ ଜଙ୍ଗଲ ନିକଟରେ କାଉଡିଆଙ୍କୁ ନେଇ ଯାଉଥିବା ବସ୍ ସିଲିଣ୍ଡର ବୋଝେଇ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୂଚନା ଦେଇଛନ୍ତି । ବୈଦନାଥ ଧାମରେ ପାଣି ଢାଳି ଫେରିବା ଏହି ଦୁର୍ଘଟଣା ହୋଇଥିବା ବେଳେ କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନି । ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା ନା ସେ ନିଶାରେ ଥିଲେ ସେ କଥା ମଧ୍ୟ ପ୍ରଶ୍ନ ଘେରରେ ଆସୁଥିବା ବେଳେ କାଉଡିଆଙ୍କ ପରିଚୟ ମିଳିପାରିନି । ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/29/18-dead-2025-07-29-09-55-01.jpg)