ଆଦିସ ଆବାବା: ଆଫ୍ରିକୀୟ ଦେଶ ଇଥିଓପିଆର ଏକ ଦୁର୍ଗମ ଅଞ୍ଚଳରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଏକ ପୋଲରୁ ତଳକୁ ନଦୀକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୭୧ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ।
ସୂଚନା ଅନୁସାରେ, ଦକ୍ଷିଣ ଇଥିଓପିଆର ସିଦାମା ରାଜ୍ୟରେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ ୭୦ରୁ ଅଧିକ ଲୋକ ଉକ୍ତ ଟ୍ରକରେ ବସି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକଟି ପୁରୁଣା ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ପୋଲ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲା। ଅତୀତରେ ଏହି ଅଞ୍ଚଳରେ ଅନେକ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।
ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଆହତମାନଙ୍କୁ ତୁରନ୍ତ ସହାୟତା ନ ମିଳିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗୁରୁତର ଆହତ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲ ଓ ଏହାର ଆଖପାଖ ରାସ୍ତାର ଅବସ୍ଥା ଖରାପ ରହିଛି। ଏହି ସ୍ଥାନକୁ ସୁରକ୍ଷିତ କରିବା ପାଇଁ ସେମାନେ ପୂର୍ବରୁ ପ୍ରଶାସନକୁ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/30/Ft7LHv1HBDAojtclZiGb.jpg)