ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ପୁଣି ଥରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁଗୁଲ୍ ମ୍ୟାପକୁ ବିଶ୍ବାସ କରି ଯାତ୍ରା କରୁଥିବା ସମୟରେ ଜଣେ ଷ୍ଟେସନ ମାଷ୍ଟରଙ୍କ କାର ୩୦ ଫୁଟ ଗଭୀର ଡ୍ରେନ ଭିତରକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଦିଲ୍ଲୀର ମଣ୍ଡାଭାଲିର ବାସିନ୍ଦା ଥିବା ଷ୍ଟେସନ ମାଷ୍ଟର ଭାରତ ଭାଟି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଏହି ଉତ୍ସବ ଯେଉଁ ସ୍ଥାନରେ ଥିଲା ସେ ରାସ୍ତା ଭାରତଙ୍କୁ ଜଣା ନଥିଲା। ତେଣୁ ସେ ଗୁଗୁଲ୍ ମ୍ୟାପର ସାହାଯ୍ୟ ନେଇଥିଲେ। ଗୁଗୁଲ ମ୍ୟାପ ଯେଉଁ ରାସ୍ତା ଦେଖାଇଥିଲା ତାହାକୁ ଷ୍ଟେସନମାଷ୍ଟର ବିଶ୍ବାସ କରି ଆଗକୁ ଆଗକୁ ମାଡ଼ି ଚାଷଲିଥିଲେ।
କିଛିବାଟ ଆଗକୁ ଯିବା ପରେ ରାସ୍ତା ଶେଷ ହୋଇଯାଇଥିଲା। ସାମ୍ନାରେ ଏକ ଗଭୀର ଡ୍ରେନ ଥିଲା। ଯାହାକୁ ଷ୍ଟେସନ ମାଷ୍ଟର ଜାଣି ପାରି ନଥିଲେ। ସେ ଯେମିତି ଆଗକୁ ବଢ଼ିଥିଲେ ଗାଡ଼ିଟି ସିଧା ୩୦ଫୁଟର ଗଭୀର ଡ୍ରେନ ଭିତରେ ପଶି ଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।
ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଷ୍ଟେସନ ଇନଚାର୍ଜ ତାଙ୍କ କନଷ୍ଟେବଳଙ୍କ ସହ ଷ୍ଟେସନ ମାଷ୍ଟରଙ୍କୁ ଡ୍ରେନ ଭିତରୁ ବାହାର କରିବାକୁ କଠିନ ପରିଶ୍ରମ କରିଥିଲେ । ଉଦ୍ଧାର ପରେ ଭାରତଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/04/fiPK0xeXBpkYzYA4KXrD.jpg)