ପଞ୍ଚମହଲ: ଗୁଜରାଟର ପଞ୍ଚମହଲ ଜିଲ୍ଲାର ପାୱାଗଡ ପାହାଡ଼ରେ ଥିବା ମନ୍ଦିରରେ ନିର୍ମାଣ କାର୍ଯ୍ୟ ପାଇଁ ନିର୍ମିତ ରୋପୱେ ଭାଙ୍ଗିଯାଇଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପଞ୍ଚମହଲ ଡିଏସପି ଡାକ୍ତର ହର୍ଷ ଦୁଧାତ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁର୍ଘଟଣା ପାୱାଗଡରେ ଘଟିଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ସଦ୍ୟତମ ସୂଚନା ଅନୁଯାୟୀ, ପାୱାଗଡ ଦୁର୍ଘଟଣାରେ ୨ ଜଣ ଲିଫ୍ଟ ଅପରେଟରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନ୍ୟ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପାହାଡ଼ ଉପରକୁ ନିର୍ମାଣ ସାମଗ୍ରୀ ନେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/06/gujrat-2025-09-06-18-04-01.jpg)