ଭାରତୀୟ ଯୁଦ୍ଧ ଜାହାଜରେ ବିସ୍ଫୋରଣ, ୩ ନୌସେନା କର୍ମଚାରୀ ନିହତ

ମୁମ୍ବାଇ :  ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ରଣବୀରରେ ଆଜି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମୁମ୍ବାଇର ନାଭାଲ ଡକୟାର୍ଡରେ ଥିବାବେଳେ ଏହି ଜାହାଜ ଭିତରେ ଏକ ବିସ୍ଫୋରଣ ହେବାରୁ ୩ ଜଣ ନୌସେନା କର୍ମଚାରୀ ପ୍ରାଣ ହରାଇଛନ୍ତି । ଆଉ କେତେକ ନୌସେନା କର୍ମଚାରୀ ଆହତ ହୋଇ ନୌସେନା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଜାହାଜର ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଯେପରିକି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆଦି ସୁରକ୍ଷିତ ଥିବା ସୂଚନା ମିଳିଛି ।

ଏସଂପର୍କରେ ସୂଚନା ମିଳିବା ପରେ ନୌସେନା ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଆଁ ଲିଭାଯିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ନିକଟ ଅତୀତରେ ଆଇଏନଏସ ରଣବୀର ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ ଥିଲା । ନିକଟରେ ଏହା ନିଜର ମୂଳ ବେସ- ପଶ୍ଚିମାଞ୍ଚଳ ନୌସେନା କମାଣ୍ଡକୁ ଫେରିଥିଲା । ଏହି ବିସ୍ଫୋରଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ପାଇଁ ନୌସେନା ପକ୍ଷରୁ ଏକ ବୋର୍ଡ ଅଫ ଇନକ୍ବାରୀ ନିର୍ଦେଶ ଦିଆଯାଇଛି ।

 

ସମ୍ବନ୍ଧିତ ଖବର