ଜମ୍ମୁ-କାଶ୍ମୀର: ସିଆରପିଏଫ୍ ଗାଡିକୁ ପଛରୁ ପିଟିବା ପରେ ସିଲିଣ୍ଡର ଫାଟି ଜଳିଗଲା କାର

ଶ୍ରୀନଗର : ଜମ୍ମୁ-କାଶ୍ମୀର ହାଇୱେରେ ଶନିବାର ଏକ କାର ସିଆରପିଏଫ୍ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡିର ପଛପଟେ ଧକ୍କା ଦେବା ପରେ ନିଆଁ ଲାଗି  ଜଳିଯାଇଛି। ସୂଚନା ଅନୁସାରେ, କାରରେ ଥିବା ସିଲିଣ୍ଡର ଫାଟି ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ପରେ କେହି ମୃତାହତ ହୋଇ ନାହାନ୍ତି।  । ଅନ୍ୟ ପକ୍ଷରେ ସିଆରପିଏଫ୍ ଗାଡିର ପଛ ଅଂଶରେ ନିଆଁ ଲାଗି ସାମାନ୍ୟ କ୍ଷତି ହୋଇଛି । ଘଟଣା ଜମ୍ମୁକଶ୍ମୀରର ରମ୍ବା ଜିଲ୍ଲାରେ ଘଟିଛି। ସିଆରପିଏଫ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।

ସିଆରପିଏଫ୍ ସୁତ୍ର ଅନୁସାରେ,ଏହା କୌଣସି ଆତଙ୍କବାଦୀ ଆକ୍ରମଣ ଭଳି ମନେ ହେଉନାହିଁ। କେବଳ ଗ୍ୟାସ୍ ଟାଙ୍କି  ଫାଟିବା ଯୋଗୁଁ ଦୁର୍ଘଟଣା  ଘଟିଥିବା ଜଣାପଡିଛି ।

ଗତ ୧୪ ଫେବୃଆରି ଦିନ ଜମ୍ମୁ-କାଶ୍ମୀରର  ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିଦ୍ ହୋଇଥିବା ବେଳେ ଆକ୍ରମଣକୁ ଦେଶବାସୀ ଏଯାଏଁ ଭୁଲି ପାରିନାହାନ୍ତି ।

ସମ୍ବନ୍ଧିତ ଖବର