ବସ ଭିତରେ କାର ପୁରାଇଦେଲେ ନିଶାଖୋର ଡ୍ରାଇଭର

ମୁମ୍ବାଇ: ବସ ଭିତରେ କାର | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଯୋଗେଶ୍ୱରୀ ହାଇୱେରେ ଏଭଳି ଏକ ଦୁର୍ଘଟଣା ଘଟିଛି | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରର ସାମ୍ନା ପଟ ବସ ଭିତରେ ପଶିଯାଇଥିଲା | ମିଳିଥିବା ସୂଚନା ମୁତାବକ ରାତି ପ୍ରାୟ ୧ଟା ୩୦ ମିନିଟରେ ଏକ କଳା ରଙ୍ଗର କାରରେ ୪ ଜଣ ଯାଉଥିଲେ | ଏହି କାରଟି ୧୦୦ରୁ ୧୨୦ କିଲୋମିଟର ବେଗରେ ଯାଉଥିବା ବେଳେ ହଠାତ ନିୟନ୍ତ୍ରଣ ହରାଇ ଏକ ବସ ଭିତରେ ପଶିଯାଇଥିଲା | ତେବେ ସୌଭାଗ୍ୟବଶତଃ କାରରେ ସବାର ଥିବା ବ୍ୟକ୍ତିମାନେ ବର୍ତ୍ତିଯାଇଛନ୍ତି |

ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାରରେ ଥିବା ୪ ଜଣ ବ୍ୟକ୍ତିଙ୍କ ସମେତ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ଗାଡି ଚଲାଉଥିଲେ |

ଯେଉଁଥିପାଇଁ ଗାଡିର ବେଗ ବଢିବା ମାତ୍ରେ ସେ ନିୟନ୍ତ୍ରଣ ହରାଇଥିଲେ | ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବରୁ କାରଟି ଫ୍ଲାଏଓଭର ତଳେ ଥିବା ବସ ଭିତରେ ପଶିଯାଇଥିଲା | ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବସର ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି | ପୁଲିସ ଘଟଣାସ୍ଥଳରେ ପହଂଚି ଡ୍ରାଇଭରକୁ ମେଡିକାଲରେ ଭର୍ତ୍ତି କରିଥିଲା | ପୁଲିସ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର