ମନ୍ଦିରରୁ ଫେରୁଥିବା ବେଳେ ମାଡିଗଲା ଟ୍ରକ, ଭାଇ ସହ ୨ ଭଉଣୀଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ମାଡିଯିବାରୁ ବାଇକ ଉପରେ ଭାଇ ସମେତ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ପ୍ରସିଦ୍ଧ ଐତିହାସିକ ଶନି ମନ୍ଦିର ଖୀଲଚିପୁରଠାରେ ଶନି ଅମାବାସ୍ୟାରେ ଦର୍ଶନ ପାଇଁ ଗୋଟିଏ ପରିବାରର ୨ ଭଉଣୀ ନିଜ ଭାଇଙ୍କ ସହ ଆସିଥିଲେ । ପୂଜା ସାରିବା ପରେ ସେମାନେ ଏକ ବାଇକରେ ଫେରୁଥିବା ବେଳେ ସାମ୍ନାରୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ବାଇକ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣାରେ କମଲ, ରେଖା ଓ ନିଶା ନାମକ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଲୋକ ଗୁରୁତର ହୋଇ ଏବେ ଖଲଚିପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇ ପୁଲିସ ହାତରେ ଦେଇଥିବା ବେଳେ ଟ୍ରକ ଚାଳକ ଗାଡି ଛାଡି ଫେରାର ହୋଇଯାଇଥିବା ଜଣାପଡିଛି | ଗୋଟିଏ ପରିବାର ୩ ଜଣଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର