ଖୋଲା କାରରେ କନିଆଁ ନାଚୁଥିବାବେଳେ ଧକ୍କା ଦେଲା କାର, ଜାଣନ୍ତୁ ଦୁର୍ଘଟଣା ପରର ସ୍ଥିତି

ମୁଜାଫରନଗର: ଖୋଲା କାରରେ କନିଆଁ ନାଚୁଥିବାବେଳେ ହଠାତ ମାଡିଆସିଲା ଦ୍ରୁତଗାମୀ କାର | ଆଉ ଏହି କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁହୋଇଥିବାବେଳେ ୧୦ ଜଣରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି | ଉତ୍ତରପ୍ରଦେଶର ମୁଜାଫରନଗରରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ କୋଟୱାଲୀ ଅଞ୍ଚଳରେ ରାଜପଥରେ ଏକ ବରଯାତ୍ରୀ ଦଳ ପ୍ରୋସେସନ ସହ ଯାଉଥିଲେ |

ଏହି ସମୟରେ ଏକ ଦ୍ରୁତ କାର୍ ଆସି ବରଯାତ୍ରୀଙ୍କ ଧକ୍କା ଦେଇ ଚାଲିଯାଇଥିଲା |ଏହି ଦୁର୍ଘଟଣାରେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଥିବାବେଳେ ପ୍ରମୋଦ ନାମକ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଦୁର୍ଘଟଣା ପରେ ଅଭିଯୁକ୍ତ ଡ୍ରାଇଭର କାର ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା |


ପୁଲିସ ସୂଚନାନୁସାରେ, ଉତ୍ତରାଖଣ୍ଡରୁ ଆସୁଥିବା ଏହି କାରଟି ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବରଯାତ୍ରୀ ଦଳକୁ ଧକ୍କା ଦେଇଥିଲା | ତେବେ ଘଟଣା ବାବଦରେ ଜଣାପଡିବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି | ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି |

ସମ୍ବନ୍ଧିତ ଖବର