ଦୁର୍ଘଟଣାରେ ଏନ୍‌ଟିଆର୍‌ଙ୍କ ପୁଅ ଏନ୍‌ ହରିକ୍ରିଷ୍ଣାଙ୍କ ପରଲୋକ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଶାଳକ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ପୁଅ ନନ୍ଦାମୁରି ହରିକ୍ରିଷ୍ଣା (୬୧) ତେଲେଙ୍ଗାନାର ନାଲଗୋଣ୍ଡାଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବା ନାଲଗୋଣ୍ଡା ଏସ୍‌୍‌ପି ଏ.ଭି. ରଙ୍ଗନାଥ ସୂଚନା ଦେଇଛନ୍ତି। ତେଲୁଗୁ ସିନେ ଜଗତର ଜଣାଶୁଣା ଅଭିନେତା ଏନ୍‌ ହରିକୃଷ୍ଣା ହେଉଛନ୍ତି ଦକ୍ଷିଣର ସୁପରଷ୍ଟାର ଜୁନିୟର ଏନ୍‌୍‌ଟିଆର୍‌ଙ୍କ ପିତା। ହାଇଦ୍ରାବାଦରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ହରିକ୍ରିଷ୍ଣା ଯାଉଥିଲେ ଏବଂ ଦୁର୍ଘଟଣା ବେଳେ ସେ ନିଜେ ଏକ ଟୟୋଟା ଫର୍ଚୁନର ଚଳାଉଥିଲେ। ଗାଡ଼ି ୧୫୦ କିମି ବେଗରେ ଯାଉଥିବା ବେଳେ ଏକ ଡିଭାଇଡରରେ ପିଟି ହୋଇ ଏହି ଦୁର୍ଘଟଣା ଘଟିଥିଲା। ହରିକ୍ରିଷ୍ଣାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ପ୍ରକାଶ। ହରିକି୍ରଷ୍ଣାଙ୍କ ବଡ଼ ପୁଅ ନନ୍ଦାମୁରି ଜାନକୀରାମ ୨୦୧୪ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର