ଚଣ୍ଡୀଗଡ଼: ପଞ୍ଜାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇଥିବା ଟ୍ରଲର (ଟ୍ରକ) ସହ ଧକ୍କା ହେତୁ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ଭାରସାମ୍ୟ ହରାଇବା ପରେ ଟ୍ରକଟି ସେହି ପରିବାର ଯାଉଥିବା କାର ଉପରେ ଓଲଟିପଡିଥିଲା | ମିଳିଥିବା ସୂଚନା ମୁତାବକ ଫାଗୱାରା ଏବଂ ଚଣ୍ଡିଗଡ଼କୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁଃଖଦ ଘଟଣା ଘଟିଛି। ପଞ୍ଜାବର ବେହେରାମରେ ଘଟିଥିବା ଏହି ଦୁର୍ଘଟଣାର ଭିଡିଓ ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Three members of family die in accident after truck overturns an a car in Punjab, India pic.twitter.com/7yjmPY7yW0
— Press TV (@PressTV) September 13, 2022
ଭିଡିଓରେ, ଦେଖିବାକୁ ମିଳିଛି ଯେ ମାଲ ଲୋଡ୍ ହୋଇଥିବା ୧୮ ଚକିଆ ଟ୍ରଲର ଦ୍ରୁତ ଗତିରେ ହଠାତ୍ ରାସ୍ତା ମଝିରେ ପଶି ଆସିଥିଲା | ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା | ତେବେ ମଝି ରାସ୍ତାରେ ହଠାତ ପଶିଆସିବା କାରଣରୁ ତିନୋଟି କାର ଟ୍ରକ୍ ସହିତ ଧକ୍କା ହୋଇଥିଲେ ଏବଂ ପରେ ଟ୍ରକ୍ ମଧ୍ୟ ଗୋଟିଏ କାର ଉପରେ ଓଲଟି ପଡିଥିଲା | ଏହି କାରରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ପୁଅ ଥିବାର ଜଣାପଡିଛି | ଏହି ଦୁର୍ଘଟଣାରେ ଅନ୍ୟ ଏକ କାରରେ ଯାଉଥିବା ମଲକିତ ସିଂ, ସୁଖବିନ୍ଦର କୌର ଏବଂ ସେମାନଙ୍କ ପୁଅ ପରମଜିତ ସିଂ ଆହତ ହୋଇଥିଲେ । ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଥିଲା। ଦ୍ରୁତ ଗତିରେ ଟ୍ରକ୍ ଚଳାଇଥିବାରୁ ଡ୍ରାଇଭର ମେଜର ସିଂଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।