ଆମେରିକାରେ ଭାରତୀୟ ଗବେଷକଙ୍କ ଦାବି, ୫ ମାସ ଯାଏ ରହୁଛି କୋଭିଡ୍‌ ପ୍ରତିରୋଧକତା

ନୂଆଦିଲ୍ଲୀ: କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ପ୍ରାୟ ୬,୦୦୦ ଲୋକଙ୍କ ଆଣ୍ଟିବଡି ନମୁନାକୁ ଅଧ୍ୟୟନ କରି ଆମେରିକାରେ ଗବେଷକମାନେ କୋଭିଡ୍‌ ବିରୋଧୀ ରୋଗପ୍ରତିରୋଧକତା ସମ୍ପର୍କରେ ନୂତନ ତଥ୍ୟ ଆବିଷ୍କାର କରିଛନ୍ତି। ଜଣେ କୋଭିଡ୍‌ ପୀଡ଼ିତ ସୁସ୍ଥ ହେଲା ପରେ ତାଙ୍କ ଶରୀରରେ ଦୀର୍ଘ ୫ ମାସ ଯାଏ କରୋନାଭୂତାଣୁ ସାର୍ସ-କୋଭ୍-୨ ବିରୋଧରେ ରୋଗପ୍ରତିରୋଧକତା ରହିପାରୁଛି ବୋଲି ଆରିଜୋନା ବିଶ୍ବବିଦ୍ୟାଳୟରେ ସହପ୍ରାଧ୍ୟାପକ ଥିବା ଭାରତୀୟ ବଂଶୋଦ୍ଭବ ଦୀପ୍ତ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବରେ ଗବେଷଣାରତ ଗବେଷକମାନେ ଦାବି କରିଛନ୍ତି।

ଏପରିକି କରୋନାଭୂତାଣୁ ସଂକ୍ରମଣ ପରେ ମନୁଷ୍ୟ ଶରୀରରେ ଦୀର୍ଘ ସାତ ମାସ ଯାଏ ମଧ୍ୟ ଏ ପ୍ରକାର ଦୃଢ଼ ରୋଗପ୍ରତିରୋଧକତା ସୃଷ୍ଟି ହୋଇପାରୁଛି ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି। ‘ଇମ୍ୟୁନିଟି’ ପତ୍ରିକାରେ ପ୍ରକାଶିତ ସେମାନଙ୍କ ଗବେଷଣାର ତଥ୍ୟ ମୁତାବକ, ମନୁଷ୍ୟ ଜୀବକୋଷକୁ ପ୍ରଥମେ କରୋନାଭୂତାଣୁ ଆଘାତ କଲା ବେଳେ ଶରୀରର ରୋଗପ୍ରତିରୋଧ ପ୍ରଣାଳୀ ସେଠାରେ ତୁରନ୍ତ ଏକପ୍ରକାର ସ୍ବଳ୍ପସ୍ଥାୟୀ ପ୍ଲାଜ୍‌ମା କୋଷ ନିୟୋଜିତ କରିଥାଏ ଯାହା କି ଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି ସଂକ୍ରମଣର ୧୪ ଦିନ ଯାଏ ଆଣ୍ଟିବଡି ସୃଷ୍ଟି କରି ଚାଲିଥାଏ। ଯାହାକି ଦୀର୍ଘ ପାଞ୍ଚରୁ ସାତ ମାସ ଯାଏ କାମ କରିଥାଏ।

ସମ୍ବନ୍ଧିତ ଖବର