ପୂର୍ବ ପତ୍ନୀଙ୍କ ଚାଞ୍ଚଲ୍ୟକର ଖୁଲାସା : ଇମ୍ରାନ୍‌ ଖାନ୍‌ଙ୍କ କିଛି ଅବୈଧ ସନ୍ତାନ ଭାରତୀୟ !

ନୂଆଦିଲ୍ଲୀ : ପୂର୍ବ କ୍ରିକେଟର ଇମ୍ରାନ ଖାନ୍‌ଙ୍କ ପୂର୍ବ ପତ୍ନୀ ରେହମ୍‌ ଖାନ୍‌ ଇମ୍ରାନଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ରେହମ ଲେଖିଥିବା ବହି ‘ଟେଲ ଅଲ୍‌’ର କିଛି ଭାଗ ଏବେ ମିଡ଼ିଆରେ ଲିକ୍‌ ହୋଇ ଯାଇଥିବା ଜଣାପଡ଼ିଛି । ଏହି ବହି ମାଧ୍ୟମରେ ରେହମ ଇମ୍ରାନଙ୍କ ବିଷୟରେ କିଛି ଅଜଣା କଥାର ଖୁଲାସା କରିଛନ୍ତି । ଏହି ବହିରେ ଇମ୍ରାନ ଖାନ୍‌ଙ୍କ କିଛି ଅବୈଧ ସନ୍ତାନ ଭାରତୀୟ ବୋଲି ସେ ଲେଖିଥିବା ଦେଖିବାକୁ ମିଳିଛି । ଲିକ୍‌ ହୋଇଥିବା ବହିର କିଛି ଅଂଶରେ ରେହମ ଇମ୍ରାନଙ୍କୁ ପଚାରିଥିବା ପ୍ରଶ୍ନ ବିଷୟରେ ଲେଖା ଯାଇଥିବା ଦେଖିବାକୁ ମିଳିଛି ।

India.com

ଲିକ୍‌ ହୋଇଥିବା ବହିର କିଛି ଭାଗରେ, ବିବାହର କିଛି ଦିନ ପରେ ମୁଁ ଟ୍ରାୟନଙ୍କ କଥା ପଚାରିବା ପରେ ଇମ୍ରାନ ମୋତେ କହିଥିଲେ ତୁମେ ଜାଣିଛ କି କେବଳ ସେ ଗୋଟେ ନୁହେଁ ବରଂ ମୋର ୫ଟା ଅଛନ୍ତି । ମୁଁ ୫ଟାର ଅର୍ଥ ପଚାରିବା ପରେ ସେ ମୋତେ ତାଙ୍କର ୫ଟି ପିଲା ଅଛନ୍ତି ବୋଲି କହିଥିଲେ । ଏ କଥା ଶୁଣି ମୁଁ ଅଶ୍ଚର୍ଯ୍ୟ ହୋଇ କ’ଣ ତୁମର ୫ଟି ଅବୈଧ ସନ୍ତାନ ଅଛନ୍ତି ବୋଲି ପଚାରିଥିଲି । ସେ ତୁରନ୍ତ ହଁ ଭରିବା ପରେ ସବୁ ୟୁରୋପୀୟ କି ନାହିଁ ବୋଲି ମୁଁ ପଚାରିଥିଲି । ମୋ ପ୍ରଶ୍ନ ଶୁଣି ସେ ହସିବା ସହ ନାଁ,କିଛି ଭାରତୀୟ ବି ଅଛନ୍ତି ବୋଲି ଇମ୍ରାନ କହିଥିଲେ । ରେହମଙ୍କ ବହିରେ ଲେଖାଥିବା ଏଇ କିଛି କଥା ଇମ୍ରାନଙ୍କ ଜୀବନ ସହ ଜଡ଼ିତ ଅନେକ ଅଜଣା କଥାକୁ ସାମ୍ନାକୁ ଆଣିଛି । ଏହା ପୂର୍ବରୁ ରେହମଙ୍କ ଏହି ବହି ମାଧ୍ୟମରେ ୨୦୧୫ରେ ଇମ୍ରାନ ରେହମଙ୍କୁ ବିବାହ କରିବା ପୂର୍ବର ଯୌନ ଶୋଷଣ କରିଥିଲେ ବୋଲି ଜଣା ପଡ଼ିଥିଲା । ଏହା ସହ ଇମ୍ରାନ ନିଜ ସ୍ତ୍ରୀମାନଙ୍କୁ ଅନ୍ୟ ପୁରୁଷ ସହ ସଂପର୍କ ରଖିବାକୁ ବାଧ୍ୟ କରନ୍ତି ବୋଲି ରେହମଙ୍କ ବହି ମାଧ୍ୟମରେ ଜଣାପଡ଼ିଥିଲା ।

ସମ୍ବନ୍ଧିତ ଖବର