ଆତ୍ମସମର୍ପଣ କଲେ ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା

ଲକ୍ଷ୍ନୌ: ଆତ୍ମସମର୍ପଣ କଲେ ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା। ରବିବାର ଦିନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି ଆଶିଷ ।

ଏପ୍ରିଲ ୧୮ରେ ଲଖିମ୍‌ପୁର ହିଂସାକାଣ୍ଡ ମାମଲାର ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କରି ତାଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ସୁପ୍ରିମ୍‌ କ‌ୋର୍ଟ ନିର୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଆଶିଷ ମିଶ୍ରାଙ୍କୁ ଦେଇଥିବା ଜାମିନ ଆଦେଶକୁ ଖାରଜ କରି ସୁପ୍ରିମ୍‌ କୋର୍ଟ କହିଥିଲେ ଯେ, ହାଇକୋର୍ଟ ନିଜ ବିଚାର ପରିସର ବାହାରକୁ ଚାଲିଯାଇ ବିଚାର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ପୀଡ଼ିତଙ୍କ ଅଧିକାରକୁ ଅଗ୍ରାହ୍ୟ କରିଛନ୍ତି। ହାଇକୋର୍ଟ କେତେକ ଅପ୍ରାସଙ୍ଗିକ ବିଷୟ ଏବଂ ମାମଲାକୁ ବିଚାରକୁ ନେଇଛନ୍ତି। ‘ଏଫ୍‌ଆଇଆର୍‌’ ଉପରେ ଅଯଥା ପ୍ରାଧାନ୍ୟ ଦେବାର କୌଣସି ନ୍ୟାୟିକ ଆବଶ୍ୟକତା ନ ଥିଲା।

आशीष मिश्रा ने किया सरेंडर, लखीमपुर खीरी में किसानों को कुचलने के मामले में हत्यारोपी हैं मंत्री पुत्र
ndtv

ସ୍ମରଣଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ଖେରୀରେ କୃଷକମାନଙ୍କ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟିବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏହି ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତବର୍ଷ ଅକ୍ଟୋବର ୯ ତାରିଖ ଦିନ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଜାମିନ ମଞ୍ଜୁର କରିବା ପରେ ଗିରଫ ହୋଇଥିବା ଆଶିଷ ମିଶ୍ରା ଜେଲ୍‌ରୁ ମୁକୁଳି ଥିଲେ। ଏଥିପାଇଁ ଆଶିଷ ମିଶ୍ରାଙ୍କ ଓକିଲ ଫେବ୍ରୁଆରି ୧୪ ତାରିଖ ଦିନ ୩ ଲକ୍ଷ ଲେଖାଏଁ ଟଙ୍କାର ୨ଟି ‘ବେଲ୍‌ ବଣ୍ଡ୍‌’ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର