ନୂଆଦିଲ୍ଳୀ: ଦିଲ୍ଳୀ ମଦନୀତି ଦୁର୍ନୀତିରେ ଅଭିଯୁକ୍ତ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଜେଲ୍ରେ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶାନୁସାରେ, ସେ କୌଣସି ସରକାରୀ ନଥିପତ୍ରରେ ସ୍ବାକ୍ଷର କରିପାରୁ ନଥିଲେ। ସଂପ୍ରତି ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଣୁ ଆଉ ପୂର୍ବ ସମସ୍ୟା ନାହିଁ। ଏଭଳି ସ୍ଥିତିରେ ଆସନ୍ତା ୩ ସପ୍ତାହ ମଧ୍ୟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ବନ୍ଦୀଙ୍କ ‘କ୍ଷମା ଯାଚନା’ ଉପରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଜି, ବିଚାରପତି ଏଏସ୍ ଓକା ଓ ପଙ୍କଜ ମିତ୍ତଲଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଅର୍ଚ୍ଚନା ପାଠ ଡାଭେ କୋର୍ଟରେ ଉପସ୍ଥିତ ରହି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତିକୁ ଗ୍ରହଣ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୮କୁ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ହରପ୍ରୀତ ସିଂହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୨୦୨୩ରେ ସେ ‘ଆଗୁଆ ମୁକ୍ତି’ ନିମନ୍ତେ ଆବେଦନ କରିଥିଲେ। କ୍ଷମା ଯାଚନା ସମ୍ପର୍କରେ ନିଷ୍ପତ୍ତି ନେବାରେ ଦିଲ୍ଳୀ ସରକରଙ୍କ ବିଳମ୍ବ ଯୋଗୁ ସେ ମେ ମାସରେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ସୁପ୍ରିମ୍କୋର୍ଟ ହରପ୍ରୀତଙ୍କୁ ‘ଫର୍ଲୋ’ରେ ଛାଡ଼ିବା ସହ କ୍ଷମାଯାଚନା ଆବେଦନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ସରକାରଙ୍କୁ ୨ ମାସ ସମୟ ଦେଇଥିଲେ। ଜୁଲାଇ ମାସର ଶୁଣାଣିରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ସୂଚିତ କରାଯାଇଥିଲା ଯେ କ୍ଷମାଯାଚନା ଆବେଦନ ‘ରିମିସନ୍ ବୋର୍ଡ’ର ବିଚାରାଧୀନ ରହିଛି। ଏହାପରେ ସୁପ୍ରିମକୋର୍ଟ ପୁନର୍ବାର ୧ ମାସ ସମୟ ଦେଇଥିଲେ। ସେପ୍ଟେମ୍ବର ୬ରେ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OMu0CJz99dU7LrdsEc6O.jpg)