ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ୮ ବର୍ଷୀୟା ଶିଶୁକନ୍ୟାକୁ ହତ୍ୟା କରି ତାର ମରଶରୀର ସହ ଅମାନୁଷିକ ଭାବରେ ଦୁଷ୍କର୍ମ କରିଥିବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସେ ଶିଶୁକନ୍ୟାର ତଣ୍ଟି ଚିପି ମାରିଥିବା ଜଣାଯାଇଛି। ଉକ୍ତ ଶିଶୁ କନ୍ୟାର ଶରୀରରେ ଥିବା ପୋଡା ସିଗାରେଟର ଚିହ୍ନରୁ ଅଭିଯୁକ୍ତର ପାଶବିକତା ସ୍ପଷ୍ଟ ଭାବରେ ଜଣାପଡ଼ିଛି । ଏହି ଅଭାବନୀୟ ଘଟଣା ପରେ ପୀଡିତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।
/sambad/media/post_attachments/wp-content/uploads/2019/06/banlu.jpg)
ନାବାଳିକା ସହ ଦୁଷ୍କର୍ମ ଏବଂ ହତ୍ୟା କରିବା ପରେ ୩୫ ବର୍ଷୀୟ ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ଓରଫ ବବୁଲକୁ ଭୋପାଳଠାରୁ ୨୫୦ କିମି ଦୂର ଓଁକାରେଶ୍ୱର ନିକଟରେ ଥିବା ମୋରଟକାରେ ପୁଲିସ ଗିରଫ କରିଥିବା ଜଣାଯାଇଛି । ଭୋପାଳର ଡିଆଇଜି ଇରଶାଦ କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରୁ ନାବାଳିକାର ଶରୀରରେ ବିରୋଧ କଲା ଭଳି କୌଣସି ଚିହ୍ନ ନାହିଁ । ତେଣୁ ପ୍ରଥମେ ତାକୁ ମାରି ଦିଆଯାଇଛି ଏବଂ ଏହା ପରେ ଶବ ସହ ଦୁଷ୍କର୍ମ କରାଯାଇଥିବାର ଆଶଙ୍କା ଜଣାଯାଇଛି । ଦୁଷ୍କର୍ମ ଏବଂ ହତ୍ୟା ଭିଆଇବା ସମୟରେ ଅଭିଯୁକ୍ତ ନିଶାସକ୍ତ ଥିବା କୁହାଯାଉଛି।