ନୂଆଦିଲ୍ଲୀ: ଗୁଜରାଟ ମୋରବୀରେ ଝୁଲା ପୋଲ ଦୁର୍ଘଟଣାରେ ୧୩୫ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଓରେଭା ଗ୍ରୁପ୍ର ପ୍ରମୋଟର ତଥା ଅଜନ୍ତା ଉତ୍ପାଦନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଗୁଜରାଟ ମୋରବୀରେ ଝୁଲା ପୋଲ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଜୟସୁଖ ପଟେଲଙ୍କୁ ଗିରଫ କରାଯାଇଥିଲା।
ନିକଟରେ ପାଟିଦାର ସମୁଦାୟ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମରେ ଅଭିଯୁକ୍ତ ଜୟସୁଖ ପଟେଲଙ୍କୁ ସମ୍ମାନୀତ କରାଯାଇଛି। ଗୋଟିଏ ନିକିତିରେ ଜୟସୁଖ ପେଟେଲଙ୍କୁ ବସାଯାଇଥିବା ବେଳେ ଅପରପାର୍ଶ୍ବ ନିକିତିରେ ଲଡୁ ରଖାଯାଇ ତାଙ୍କର ଓଜନ କରାଯାଇଥିଲା। ଏହି ଘଟଣାକୁ ନେଇ ଖୁବ ସମାାଲୋଚନା କରାଯାଉଛି।
ଏହି ଘଟଣାକୁ ନେଇ ପୀଡ଼ିତ ତଥା ମୃତକଙ୍କ ପରିବାର ଏହି କାର୍ଯ୍ୟକ୍ରମକୁ ନେଇ ଦୁଃଖ ବ୍ୟକ୍ତ କରି କହିଛନ୍ତି, ‘ଏହି ଘଟଣାକୁ ଆମେ କଦାପି ଭୁଲି ପାରିବୁ ନାହିଁ।’
ସେହିପରି ଏହି ଘଟଣାକୁ ନେଇ ଆୟୋଜକ କହିଛନ୍ତି, ‘ଜାମିନରେ ବାହରକୁ ଆସିଥିବା ଜୟସୁଖ ପଟେଲଙ୍କୁ ଅଞ୍ଜତା ସମୁହକୁ ପ୍ରତିଷ୍ଠା କରିଥିବା ବ୍ୟବସାୟୀ ଓଆର ପଟେଲଙ୍କ ପୁଅ ଭାବେ ସମ୍ମାନୀତ କରାଯାଇଛି।
ଏହି ସମ୍ମାନ ସମାରୋହ ଗତ ଶୁକ୍ରବାର ଉମା ସଂସ୍କାରଧାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ମୋରବୀ ସହରର ବାହରି ଅଞ୍ଚଳରେ ଆୟୋଜିତ ହୋଇଥିଲା। ଯାହାର ଆୟୋଜନ କଡ଼ୱା ପାଟିଦାର କନ୍ୟା କେଲବନି ମଣ୍ଡଳ ଦ୍ବାରା କରାଯାଇଥିଲା। ଏହି ଅୟୋଜନରେ ପଟେଲଙ୍କୁ ନିକିତିରେ ଲଡ଼ୁ ସହିତ ଓଜନ କରାଯାଇଥିଲା। ଏହି ଲଡ଼ୁକୁ ୬୦,୦୦୦ ଡବ୍ବାରେ ଭର୍ତ୍ତି କରି ପାଟିଦାର ପରିବାରରେ ବଣ୍ଟା ଯାଇଥିଲା।
୧,୨୬୨ ଫର୍ଦ୍ଦର ଚାର୍ଜସିଟ୍ରେ ଜୟସୁଖ ପଟେଲଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି। ଘଣ୍ଟା ପ୍ରସ୍ତୁତକାରୀ କମ୍ପାନୀ ଭାବେ ‘ଅଜନ୍ତା’ ଦେଶରେ ଏକ ଜଣାଶୁଣା ନାଁ। ତେବେ ଗୁଜରାଟର ମୋରାବୀରେ ଥିବା ୧୦୦ ବର୍ଷର ପୁରୁଣା ପୋଲର ପୁନଃରୁଦ୍ଧାର କରିବା ପାଇଁ କମ୍ପାନୀ ଟେଣ୍ଡର ପାଇଥିଲା । ଏହାପରେ କମ୍ପାନୀ ପୋଲର ନବୀକରଣ କରି ଏହାର ପରିଚାଳନା ଦାୟିତ୍ୱରେ ମଧ୍ୟ ଥିଲା । ଏହି ସମୟରେ ଗତ ୩୦ ଅକ୍ଟୋବରରେ ପୋଲଟି ନଦୀ ମଧ୍ୟକୁ ଖସି ପଡ଼ିଥିଲା ।