ଇନ୍ଦୋର: ମେଘାଳୟ ହନିମୁନ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ମୃତ ରାଜା ରଘୁବଂଶୀଙ୍କ ମାଆଙ୍କ ପ୍ରତିକ୍ରିୟା । ଏକମାତ୍ର ପୁଅକୁ ହରାଇ ଭାଙ୍ଗିପଡିଥିବା ମାଆ ହତ୍ୟାକାରୀ ବୋହୂକୁ ଫାଶୀ ଖୁଣ୍ଟରେ ଚଢାଇ ଦେବାକୁ ଦାବି କରିଛନ୍ଚି । କାନ୍ଦି କାନ୍ଦି ରାଜାଙ୍କ ମାଆ ଉମା କହିଛନ୍ତି- ଆମେ କେବେ ବି ଭାବି ନଥିଲୁ ଖୁସି କରିବାକୁ ଯାଇଥିବା ପୁଅ ସହ ଏମିତି ବର୍ବରକାଣ୍ଡ ହେବ ବୋଲି । ପୁଅ କହୁଥିଲା ସୋନମ କାହାକୁ କିଛି ନଜଣାଇ ଫ୍ଲାଇଟ୍ ଟିକେଟ୍ ବୁକ କରିଦେଇଥିଲା ଆଉ ତାକୁ ବାଧ୍ୟ କରିଥିଲା ମେଘାଳୟ ଯିବାକୁ । ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ । ଯଦି ସୋନମ ସେ ହତ୍ୟାରେ ଲିପ୍ତ ତାହାଲେ ତାକୁ ମୃତ୍ୟୁଦଣ୍ଡ ଦିଆଯାଉ । ମୋ ପୁଅକୁ ନ୍ୟାୟ ମିଳୁ... ବୋଲି କାନ୍ଦି କାନ୍ଦି କହିଛନ୍ତି ମାଆ ।
#WATCH | Indore, MP: Arrested accused Raj Kushwaha's mother and sister arrive at the Indore Crime Branch's office
— ANI (@ANI) June 10, 2025
Kushwaha's mother says, " I have come here to meet Raj, but I have been asked to wait."
Kushwaha is one of the four persons arrested in the Raja Raghuvanshi murder… pic.twitter.com/ieVjxSQZdK
ସେପଟେ ସୋନମଙ୍କ ଭାଇ ଗୋବିନ୍ଦ କହିଛନ୍ତି, ସୋନମ ରାତି ୧ଟା ୩୦ରେ ମତେ ଫୋନ କରିଥିଲା । ମୁଁ ତାକୁ ନିକଟସ୍ଥ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଥିଲି । ସେପଟେ ଆଜି ସୋନମର ପ୍ରେମିକ ରାଜ୍ ଖୁସଓ୍ଵାହର ମାଆ ମନ୍ଦିର ଯାଇ ମୁଣ୍ଡିଆ ମାରି ଇନ୍ଦୋର କ୍ରାଇମବ୍ରାଞ୍ଚ ଅଫିସ ଆଗରେ ପୁଅକୁ ଭେଟିବାକୁ ଆସିଥିବା ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/10/ibNAhsFpIiw7QXImSA3M.jpg)