ଲେଡି ଗାଗାଙ୍କ କୁକୁର ‌ଚୋରି କରିବା ପାଇଁ ବୁଲାଇବାକୁ ନେଇଥିବା ଯୁବକଙ୍କୁ ଗୁଳି ମାରିଥିଲେ, ମିଳିଲା ୨୧ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ହଲିଉଡ କଣ୍ଠଶିଳ୍ପୀ ଲେଡି ଗାଗାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲେଡି ଗାଗାଙ୍କ କୁକୁର ‌ଚୋରି କରିବା ପାଇଁ ବୁଲାଇବାକୁ ନେଇଥିବା ଯୁବକଙ୍କୁ ଗୁଳି କରାଯାଇଥିଲା। ଏବେ ଗୁଳି ମାରିଥିବା ଅଭିଯୁକ୍ତଙ୍କୁ ଏବେ ୨୧ବର୍ଷ ଜେଲଦଣ୍ଡ ମିଳିଛି। ୨୦୨୧ରେ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇଛି।

Lady Gaga

ସୂଚନା ମୁତାବକ, ଗୁଳି ଚୋଟରେ ଆହତ ହୋଇଥିବା ରିୟାନ ଫିସର ଲେଡି ଗାଗାଙ୍କ ୩ଟି ଫ୍ରେଞ୍ଚ ବୁଲଡଗ୍ସଙ୍କୁ ବୁଲାଇବାକୁ ନେଇଥିବା ବେଳେ ଅଭିଯୁକ୍ତ ଜେମ୍ସ ହୋୱାର୍ଡ ଜାକସନ ଓ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରିୟାନ ବୁଲାଇବାକୁ ନେଇଥିବା କୁକୁରର ଦାମ୍ ଅଧିକ ହୋଇଥିବାରୁ ଚୋରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଏଭଳି କରିଥିଲେ। ଏହି ଘଟଣା ପରେ ରିୟାନ ଗୁରୁତର ଆହତ ହେବା ସହ ‌ଗାଗାଙ୍କ କୁକୁର ନିଖୋଜ ହୋଇଯାଇଥିଲେ। ଜୀବନଠୁ ଅଧିକ ଭଲ ପାଉଥିବା କୁକୁରଙ୍କୁ ପୁଣି ଥରେ ଫେରିପାଇବା ପାଇଁ ଗାଗା ୫ଲକ୍ଷ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲେ। କିଛି ଦିନ ପରେ ଜଣେ ମହିଳା ତାଙ୍କୁ ଆଣି ୩ଟି କୁକୁର ଫେରାଇଥିଲେ। ହେଲେ ପରେ ଜଣାପଡ଼ିଥିଲା ଯେ, ସେହି ମହିଳାଜଣକ ହିଁ ଗାଗାଙ୍କ କୁକୁରଙ୍କୁ ଘଟଣାସ୍ଥଳରୁ ଚୋରି କରିଥିଲେ। ଏନେଇ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଜାକସନକୁ ୨୧ବର୍ଷ ଜେଲ ଦଣ୍ଡ ମିଳିଛି।

ସମ୍ବନ୍ଧିତ ଖବର