ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ଜିତିବାର ସମ୍ଭାବନା ଥିବାବେଳେ କଂଗ୍ରେସ ନିରାଶ ହୋଇଛି । କଂଗ୍ରେସ ପାଇଁ ସାନ୍ତ୍ବନା ଆଣିଦେଇଛି ତେଲେଙ୍ଗାନା । ଛତିଶଗଡ଼ରେ କଂଗ୍ରେସ ଜିତିବାର ସମ୍ଭାବନା ଏକଜିଟ ପୋଲ କହୁଥିବାବେଳେ ତାହା କଂଗ୍ରେସ ହାତକୁ ଖସିବାର ସମ୍ଭାବନା ରହିଛି । ଏହା କଂଗ୍ରେସକୁ ନିରାଶ କରିଛି । କଂଗ୍ରେସର ଏହି ପରାଜୟର କାରଣ କହିଛନ୍ତି ଦଳର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ।
କ୍ରିଷ୍ଣାମ୍ କହିଛନ୍ତି ଯେ ଏହି ଦେଶ ସନାତନଙ୍କ ବିରୋଧକୁ ଗ୍ରହଣ କରିବ ନାହିଁ। ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣା ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, 'ସନାତନ କା 'ଅଭିଶାପ' ଲେ ଡୁବା ଅର୍ଥାତ୍ କଂଗ୍ରେସକୁ ସନାତନର ଅଭିଶାପ ବୁଡ଼ାଇଲା ।
ଖାଲି ସେତିକି ନୁହେଁ, ଯେପର୍ଯ୍ୟନ୍ତ କଂଗ୍ରେସ ଦଳ ସନାତନକୁ ବିରୋଧ ଜାରି ରଖିବ, ସେ ପର୍ଯ୍ୟନ୍ତ ପରାଜୟ ଜାରି ରଖିବ ବୋଲି ସେ କହିଛନ୍ତି। ଦେଶରେ ନିର୍ବାଚନ ଜିତିବା ପାଇଁ କଂଗ୍ରେସକୁ ମହାତ୍ମା ଗାନ୍ଧୀଙ୍କ ମାର୍ଗଅନୁସରଣ କରିବାକୁ ପଡ଼ିବ ଏବଂ କଂଗ୍ରେସ କାଳ ମାର୍କ୍ସଙ୍କ ମାର୍ଗ ଅନୁସରଣ କରୁଛି। ତାଙ୍କୁ ନିଜର ଅଭ୍ୟାସ ବଦଳାଇବାକୁ ପଡ଼ିବ।
ଗଣମାଧମାଧ୍ୟମକୁ ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ସଭାଗୁଡ଼ିକ ‘ରଘୁପତି ରାଘବ ରାଜାରାମ’ ଭଜନରୁ ଆରମ୍ଭ ହେଉଥିଲା । କିନ୍ତୁ କଂଗ୍ରେସ ଏବେ ବାମପନ୍ଥୀଙ୍କ ରାସ୍ତାରେ ଯାଉଛି । ଏହା ହିଁ ପତନର କାରଣ ।