ଉନ୍ନାଓ : ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଜଣେ ଯୁବତୀଙ୍କୁ ଲଗାତାର ପିଛା କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଣେ ୨୦ ବର୍ଷୀୟା ଯୁବତୀ ତାଙ୍କୁ ପିଛା କରୁଥିବା ଯୁବକଙ୍କ ଉପରକୁ ଏସିଡ୍ ଆକ୍ରମଣ କରିଛନ୍ତି। ମୋରାୱାନ୍ ଥାନା ଅଧୀନସ୍ଥ ଗୋଡ଼ମାଉ ଗ୍ରାମରେ ଏହି ଘଟଣା ଘଟିଛି। ୨୪ ବର୍ଷୀୟ ରୋହିତ ଯାଦବ ଏସ୍ଡି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ଏକ ହସ୍ପିଟାଲ୍ରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକତରଫା ପ୍ରେମ ଘଟଣା ବୋଲି ଜଣାପଡ଼ିଛି।
ଯୁବତୀଙ୍କୁ ପିଛା କରିବା ମହଙ୍ଗା ପଡ଼ିଲା, ଯୁବକଙ୍କୁ ଏସିଡ୍ ଆକ୍ରମଣ
/sambad/media/post_attachments/wp-content/uploads/2018/05/acid-attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)