ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ସାଇକେଲରେ ବୁଲି ବୁଲି ଚାଲାଣ କାଟିଲେ ଏସିପି

ନୂଆଦିଲ୍ଲୀ: ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ସାଇକେଲରେ ବୁଲି ବୁଲି ଚାଲାଣ କାଟିଲେ ଆସିଷ୍ଟାଣ୍ଟ ପୁଲିସ କମିଶନର | ନୂଆଦିଲ୍ଲୀର କନୌଟ ପ୍ଲେସରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବାବେଳେ ଲୋକମାନେ ଖାମଖିଆଲି ହୋଇ ବିନା ମାସ୍କରେ ଏଣେତେଣେ ବୁଲୁଛନ୍ତି | ଆଉ ଦିଲ୍ଲୀର ଜନଗହଳିପୂର୍ଣ୍ଣ କନୌଟ ପ୍ଲେସରେ ଲୋକଙ୍କର ମନଇଚ୍ଛା ବୁଲାବୁଲି କରିବାକୁ ନେଇ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଗହଳି ରାସ୍ତାରେ ପୁଲିସ ଗାଡିରେ ନ ଯାଇ ଆସିଷ୍ଟାଣ୍ଟ କମିଶନର୍ ସିଦ୍ଧାର୍ଥ ଜୈନ ତାଙ୍କ ଟିମ ସହିତ ସାଇକେଲ ପାଟ୍ରୋଲିଂ କରି ସାମାଜିକ ଦୂରତା ନୀତି ପାଳନ କରିବାକୁ ବୁଝାଇଥିଲେ |

ସେହିପରି ମାସ୍କ ପିନ୍ଧିବା ଦ୍ୱାରା କିଭଳି କରୋନା ସଂକ୍ରମଣରୁ ବର୍ତ୍ତି ହେବ ସେ ବାବଦରେ ମଧ୍ୟ କହିଥିଲେ | ତେବେ ମାସ୍କ ପିନ୍ଧିନଥିବାରୁ କିଛି ଅମାନିଆଙ୍କଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଥିଲା | ସୂଚନା ଥାଉ କି ଗତ ଏକ ସପ୍ତାହ ମଧ୍ୟରେ, କନୌଟ ପ୍ଲେସ ଅଞ୍ଚଳରେ ପ୍ରାୟ ୪୧୬ ଟି ଚାଲାଣ କଟାଯାଇଛି |

photo-ANI

ମାସ୍କ ନ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମ ପାଳନ ନକରିଥିବାରୁ ଚାଲାଣ କଟାଯାଇ ୨ ଲକ୍ଷ ୮ ହଜାର ଟଙ୍କା ମଧ୍ୟ ଆଦାୟ କରାଯାଇଛି | ଉଲ୍ଲେଖ ଥାଉ କି ଦିଲ୍ଲୀରେ ଏ ପର୍ଯ୍ୟନ୍ତ ୨ ଲକ୍ଷ ୩୪ ହଜାର ୭୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୧୭୨୧ଟି ସକ୍ରିୟ ମାମଲା ରହିଛି | ସେହିପରି ୪୮୭୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୯୮୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି |

ସମ୍ବନ୍ଧିତ ଖବର