ଦିଲ୍ଲୀ ପୁଲିସ ମୁଖ୍ୟାଳୟରୁ ଡେଇଁ ଆତ୍ମହତ୍ୟା କଲେ ଏସିପି ପ୍ରେମ ବଲ୍ଲଭ

ନୂଆଦିଲ୍ଲୀ: ପ୍ରେମ ବଲ୍ଲଭ ନାମକ ଜଣେ ସହକାରୀ ପୁଲିସ କମିସନର୍‌ ପାହ୍ୟାର ଅଧିକାରୀ ଗୁରୁବାର ଦିନ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ଦିଲ୍ଲୀ ପୁଲିସ ମୁଖ୍ୟାଳୟ ଅଟ୍ଟାଳିକାରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ୫୫ ବର୍ଷିୟ ଏସିପି ଦିଲ୍ଲୀର ଆଇଟିଓ ନିକଟରେ ଥିବା ଅଟ୍ଟାଳିକାର ୧୦ମ ତାଲାରୁ ତଳକୁ ଡେଇଁ ପଡ଼ିଥିଲେ।

ତୁରନ୍ତ ସେ ପୁଲିସ କର୍ମଚାରୀଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏସିପି ଏ ଭଳି ଚରମ ନିଷ୍ପତ୍ତି ନେବାର ଅଭିପ୍ରାୟ ଜଣାପଡ଼ି ନାହିଁ।

ଦିଲ୍ଲୀ ପୁଲିସର କ୍ରାଇମ ଓ ଟ୍ରାଫିକ୍‌ ୟୁନିଟ୍‌ରେ ତାଙ୍କୁ ନିଯୁକ୍ତ କରାଯାଇଥିଲା।

ଉତ୍କଷ୍ଟତର ସେବା ନିମନ୍ତେ ବଲ୍ଲଭଙ୍କୁ ୨୦୧୬ରେ ପୁଲିସ ପଦକ ମିଳିଥିଲା।

ସମ୍ବନ୍ଧିତ ଖବର