ଧାରା ୩୭୦ ଉଚ୍ଛେଦ ମାମଲା: ବୃହତ୍ତର ଖଣ୍ଡପୀଠକୁ ମାମଲା ଯିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ମାମଲାରେ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି, ମାମଲା ବୃହତ୍ତର ଖଣ୍ଡପୀଠକୁ ଯିବନି। ବୃହତ୍ତର ଖଣ୍ଡପୀଠରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ହେବାର କିଛି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‌ ଏନ୍‌ ଭି ରମଣାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି। ଏନ୍‌ଜିଓ ପିପୁଲ୍ସ ୟୁନିଅନ୍‌ ଅଫ୍‌ ସିଭିଲ୍‌ ଲିବର୍ଟିଜ୍‌ (ପିୟୁସିଏଲ୍‌), ଜମ୍ମୁ କାଶ୍ମୀର ହାଇକୋର୍ଟ ବାର ଆସୋସିଏସନ୍‌ ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଉକ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ନହୋଇ ୭ ଜଣିଆ କିମ୍ବା ୯ ଜଣିଆ ଖଣ୍ଡପୀଠରେ ହେବାପାଇଁ କହିଥିଲେ। ଉଳ୍ଲେଖଯୋଗ୍ୟ କୋର୍ଟ ଏହି ମାମଲାରେ ଶୁଣାଣି କରି ଗତ ଜାନୁଆରି ୨୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧିତ ଖବର