‘ଝିଅ ପରି ଆଚରଣ କର’: ଅସଦାଚରଣ ଅଭିଯୋଗ କରିଥିବା କଲେଜ ଝିଅକୁ କଂଗ୍ରେସ ଛାତ୍ରନେତାଙ୍କ ଧମକ

ଶାହାଜାହାନପୁର: ଅସଦାଚରଣ ଅଭିଯୋଗ କରଥିବା ଜଣେ ଛାତ୍ରୀଙ୍କୁ ଏନ୍‌ଏସ୍‌ୟୁଆଇ ଶାହାଜାହାନପୁର ଜିଲ୍ଲା ଅଧ୍ୟକ୍ଷ ଇର୍‌ଫାନ୍‌ ହୁସେନ୍‌ଙ୍କ ଧମକ ଦେଇଥିବା କାରଣରୁ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇଛି।

ଫେରାର ହୋଇଯାଇଥିବା ହୁସେନ୍‌ଙ୍କୁ ଗିରଫ କରିବାକୁ ଶାହାଜାହାନପୁର ପୁଲିସ ଉଦ୍ୟମ କରୁଛି।

ଶାହାଜାହାନପୁର ଏଏସ୍‌ପି ଡି ତ୍ରିପାଠୀ କହନ୍ତି: ଜିଏଫ୍‌ କଲେଜରେ ଏକ ଅସଦାଚରଣ ମାମଲା ଦୃଷ୍ଟିକୁ ଆସିଛି। ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ କରାଯାଉଛି।

ଖବର ଅନୁସାରେ, ଅସଦାଚରଣ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ସେ ଛାତ୍ରୀଙ୍କୁ ହୁସେନ୍‌ ଧମକାଉଥିବାର ଦୃଶ୍ୟ କ୍ୟାମେରାରେ ଉତ୍ତୋଳିତ ହୋଇଛି। ଭାଇରାଲ୍‌ ହୋଇଥିବା ସେ ଭିଡିଓରେ ଏନ୍‌ଏସ୍‌ୟୁଆଇ ଶାହାଜାହାନପୁର ଜିଲ୍ଲା ଅଧ୍ୟକ୍ଷ ସେ ଛାତ୍ରୀଙ୍କୁ କଲେଜ କର୍ମଚାରୀଙ୍କ ସାମ୍ନାରେ ଧମକ ଦେଉଥିବା ଦେଖାଯାଉଛି।

ହୁସେନ୍‌ ରାଗ ତମତମ ହୋଇ କହୁଛନ୍ତି: ତୁମେ ଏବେ ପ୍ରଥମ ବର୍ଷରେ ପଢୁଛ, ଏଠି ତୁମେ ଆହୁରି ୩ ବର୍ଷ ରହିବ, ଶୁଧୁରି ଯାଅ। ତୁମ ଲାଗି କଲେଜର ମୁଖ୍ୟଫାଟକ ମାଡ଼ିବା କଷ୍ଟକର କରିଦେବି। ଝିଅ ପରି ଆଚରଣ କର, ସୀମାରେ ରୁହ।

ସମ୍ବନ୍ଧିତ ଖବର